Below header

ଆଜି ମୋଦି ସରକାରଙ୍କ ଶେଷ ବଜେଟ୍‌ , ୨୦୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ବଡ଼ ସୁଯୋଗ

ନୂଆଦିଲ୍ଲୀ : ଆଜି ମୋଦି ସରକାରଙ୍କ ଶେଷ ବଜେଟ୍‌ । ୨୦୧୯ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ବଡ଼ ସୁଯୋଗ । ହାତ ଛଡ଼ା କରିବାକୁ ଚାହୁନାହାନ୍ତି ସରକାର । ତିନି ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ହାରିବା ପରେ, ବିରୋଧୀ ସୁଦୃଢ଼ ହୋଇଛନ୍ତି । ଚାଷୀ ଓ ରୋଜଗାର ପ୍ରସଙ୍ଗରେ ତୁହାକୁ ତୁହା ଆକ୍ରମଣ କରୁଛନ୍ତି । ତେଣୁ ମୋଦି ସରକାର ସତର୍କ। ବିଶେଷ କରି କୃଷକଙ୍କ ପାଇଁ ବଡ଼ ଘୋଷଣା ହୋଇପାରେ ବୋଲି ସମସ୍ତେ ଆଶା କରୁଛନ୍ତି।

ଏହାସହ ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିବାକୁ କିଛି ଘୋଷଣା ହୋଇପାରେ। ଆୟକର ସ୍ଲାବ୍‌ରେ ପରିବର୍ତ୍ତନ ଅନୁମାନ କରାଯାଉଛି। ବର୍ତ୍ତମାନ ୨ ଲକ୍ଷ ୫୦ ହଜାର ଟଙ୍କ ପର୍ଯ୍ୟ ଆୟରେ ଟିକସ ଛାଡ ରହିଛି। ଏହାପରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫%, ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ୨୦% ଓ ୧୦ ଲକ୍ଷରୁ ଅଧିକ ଆୟ ହେଲେ ୩୦% ଟିକିସ ଦେବାକୁ ପଡୁଛି। ଆୟକର ଛଡ ସୀମା ବଢାଇବାକୁ ଦାବି ହୋଇ ଆସୁଛି । ସେପଟେ ଏତେ ଘୋଷଣାକୁ ଅର୍ଥ କାହିଁ? ବିତ୍ତୀୟ ନିଅଣ୍ଟ ବଢିବା ସମ୍ଭାବନା ମଧ୍ୟ ରହିଛି।

budget.ବଜେଟ୍‌ରେ ଅନେକ ସମୟରେ ଓଡ଼ିଶାକୁ ଅବହେଳା ଅଭିଯୋଗ ହୁଏ। ଚଳିତ ବର୍ଷ ରେଳବାଇ କ୍ଷେତ୍ରରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଅଧିକ ଅର୍ଥ ପାଇଁ ଆଶା ରଖିଛି ରାଜ୍ୟ। ଏହା ସହ କୃଷକଙ୍କ ଆୟ ଦୁଇ ଗୁଣିତ କରିବା, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା, ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ପରି ଓଡ଼ିଶାରେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ୯୦ ପ୍ରତିଶତ କେନ୍ଦ୍ରୀୟ ଅଂଶ, କ୍ଲିନ ଏନର୍ଜି ସେସ ବାବଦରେ ଆଦାୟ ଅର୍ଥର ସିଂହଭାଗ ଓଡିଶାକୁ ମିଳିବା ନେଇ ରାଜ୍ୟ ସରକାର ଆଶା ରଖିଛନ୍ତି।

ସାଧାରତଃ ବଜେଟ୍‌ ପୂର୍ବ ଦିନ, ଆସିଥାଏ ଅର୍ଥନୈତିକ ସର୍ଭେ । ଚଳିତ ବର୍ଷ କିନ୍ତୁ ଏହି ରିପୋର୍ଟ ଆସି ନାହିଁ । ଆସନ୍ତାକାଲି ଜଣାପଡିବ, ଦେଶର ଆର୍ଥିକ ସ୍ଥିତି କଣ ରହିଛି, ବଜେଟ୍‌ରେ ସରକାର ସାଧାରଣ ଜନତାକୁ କେତେ ଆକୃଷ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.