Below header

ଜମ୍ମୁ କଶ୍ମୀରରେ ଜାରି କଟକଣା ନେଇ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି

ଜମ୍ମୁ କଶ୍ମୀର: ଜମ୍ମୁ କଶ୍ମୀରରେ ଜାରି କଟକଣା ନେଇ ଆଜି ସୁପ୍ରିମ କୋର୍ଟରେ ହେବ ଶୁଣାଣି। ଗତବର୍ଷ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଜାରି ହୋଇଥିଲା କଟକଣା। ଏହାକୁ ବିରୋଧ କରି ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା। ଏକାଧିକ ଆବେଦନର ଆଜି ରାୟ ଶୁଣାଇବେ ସୁପ୍ରିମ କୋର୍ଟ। ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଓ ଜଷ୍ଟିସ ବି ଆର ଗବାଇଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଶୁଣାଣି କରି ଗତବର୍ଷ ନଭେମ୍ବର ୨୭ତାରିଖରେ ରାୟ ସଂରକ୍ଷିତ କରିଥିଲେ। ଆଜି ଏହାର ରାୟ ପ୍ରକାଶ କରିବେ ସର୍ବୋଚ୍ଚ ନ୍ୟାୟାଳୟ। ସେପଟେ କଶ୍ମୀରରେ ବାସ୍ତବିକ ସ୍ଥିତି ଅନୁଧ୍ୟାନ ପାଇଁ ୧୫ଟି ଦେଶର ପ୍ରତିନିଧି ଦଳ ୨ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ସ୍ଥାନୀୟ ସୁରକ୍ଷା ଅଧିକାରୀ, ପୋଲିସ, ରାଜନେତା ଓ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରି ସ୍ଥିତି ପରଖିଛନ୍ତି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.