Below header

ସିବିଆଇ ବନାମ ସିବିଆଇ ମାମଲାରେ ଆଜି ସୁପ୍ରିମକୋର୍ଟରେ ପ୍ରକାଶ ପାଇବ ରାୟ

ଦିଲ୍ଲୀ(କେନ୍ୟୁଜ୍) : ସିବିଆଇ ବନାମ ସିବିଆଇ ମାମଲାରେ ଆଜି ଆସିବ ରାୟ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ କାର‌୍ୟ୍ୟାନ୍ତର ମାମଲାର ଆଜି ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବ । ଗତବର୍ଷ ଡିସେମ୍ବର ୬ ତାରିଖରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ। ଗତବର୍ଷ ଅକ୍ଟୋବର ୨୩ ତାରିଖ ମଧ୍ୟରାତ୍ରିରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ କାର‌୍ୟ୍ୟାନ୍ତର ଲାଗି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନ- ସିଭିସି ନିର୍ଦ୍ଦେଶ ଦେଇଥିଲେ। ସିଭିସିଙ୍କ ଏହି  ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.