ଟୋଲ ପ୍ଲାଜାରେ ଅଧିକ ସମୟ ରହିବାକୁ ହୋଇଯାନ୍ତୁ ପ୍ରସ୍ତୁତ, ଫାସଟାଗ୍ କାରଣରୁ ବଢ଼ିଛି ୱେଟିଙ୍ଗ୍ ଟାଇମ୍‌

ରାଷ୍ଟ୍ରୀୟ ରାଜମାର୍ଗରେ ଟୋଲ ପ୍ଳାଜରେ ଫାସଟାଗ୍ ସୁବିଧା ଲାଗୁ ହେବା ପରେ ଏବେ ସାମ୍ନାକୁ ଆସିଛି ଟୋଲ ପ୍ଲାଜାରେ ୱେଟିଙ୍ଗ୍ ସମୟ। ଏହା ପୂର୍ବ ଅପେକ୍ଷା ବଢ଼ିଯାଇଛି। ଟୋଲ ପ୍ଲାଜାରେ ଯେଉଁ କାରଣରୁ ଫାସଟାଗ୍ ସୁବିଧାକୁ ବାଧ୍ୟତାମୂଳକ କରାଯାଇଥିଲା ସେଥିରେ ପେମେଣ୍ଟ ପାଇଁ ଗାଡିକୁ ଅପେକ୍ଷା କରିବାର ସମୟକୁ କମ୍ କରିବାର ଏକ କାରଣ ଥିଲା। କିନ୍ତୁ ରାଷ୍ଟ୍ରୀୟ ଟୋଲ ପ୍ଲାଜା ଟ୍ରାଫିକ ମନିଟରିଙ୍ଗ୍ ସିଷ୍ଟମ ଦ୍ୱାରା ଜାରୀ କରାଯାଇଥିବା ଅନୁଚ୍ଛେଦକୁ ଧ୍ୟାନରେ ଦେଲେ ଜଣାପଡିଲା ଯେଏବେ ଟୋଲ ପ୍ଲାଜାରେ ଗାଡି ଗୁଡିକର ୱେଟିଙ୍ଗ୍ ସମୟ ପୂର୍ବ ଅପେକ୍ଷା ବଢ଼ାଇ ଦିଆଯାଇଛି।

ଏବେ ଜାଣନ୍ତୁ କେତେ ବଢ଼ିଲା ଟୋଲ ପ୍ଲାଜାରେ ଗାଡି ରହିବାର ସମୟ

fastagଟୋଲ ପ୍ଲାଜାରେ ଗାଡି ରହିବାର ସମୟକୁ ୨୯% ପର୍ଯ୍ୟନ୍ତ ବଢ଼ାଇଦିଆଯାଇଛି। ଟୋଲ ପ୍ଲାଜାରେ ମୋଟ ରାଶିର ୬୦ ପ୍ରତିଶତ ଫାସଟାଗ୍ ଜରିଆରେ ନିଆଯାଉଥିଲା। ସୂଚନା ଅନୁଯାୟୀ ଦେଶର ମୋଟ ୪୮୮ ଟୋଲ ପ୍ଲାଜାକୁ ମନିଟର କରୁଥିବା କେନ୍ଦ୍ରୀୟ ଟୋଲ ପ୍ଲାଜା ଟ୍ରାଫିକ୍ ମନିଟରିଙ୍ଗ୍ ସିଷ୍ଟମ ହିସାବରେ, ୧୫ ନଭେମ୍ବର ୨୦୧୯ ଠାରୁ ୧୪ ଡିସେମ୍ବର ୨୦୧୯ ମଧ୍ୟରେ ଗାଡି ଗୁଡିକର ରହିବା ସମୟ ୭ ମିନିଟ୍ ୪୪ ସେକେଣ୍ଟ ରହିଥିଲା। ଫାସଟାଗ୍ ଲାଗୁ କରିବାର ପ୍ରଥମ ଡେଡଲାଇନ୍ ଡିସେମ୍ବର ୨୦୧୯ ଥିଲା। ୧୫ ଡିସେମ୍ବର ୨୦୧୯ ଠାରୁ ନେଇ ୧୪ ଜାନୁୟାରୀ ୨୦୨୦ ମଧ୍ୟରେ ଗାଡି ଗୁଡିକର ଟୋଲ ପ୍ଲାଜାରେ ରହିବାର ସମୟ ବଢ଼ିଯାଇ ୯ ମିନିଟ୍ ୫୭ ସେକେଣ୍ଡ ହୋଇଯାଇଛି।

ପ୍ରତିଦିନ ସାରା ଦେଶର ଟୋଲ ପ୍ଲାଜା ଦେଇ ଯାଉଛି ୬୦ ଲକ୍ଷ ଗାଡି

carଗତବର୍ଷ ଅକ୍ଟୋବର ମାସରେ ରାଷ୍ଟ୍ରୀୟ ରାଜମାର୍ଗ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଘୋଷଣା କରିଥିଲେ ଯେ ଡିସେମ୍ବର ୨୦୧୯ରେ ରାଷ୍ଟ୍ରୀୟ ରାଜମାର୍ଗରେ ଥିବା ଟୋଲ ପ୍ଲାଜାରେ ଦେଇ ଯାଉଥିବା ଗାଡିରେ ଫାସଟାଗ୍ ଲଗାଇବା ବାଧ୍ୟତାମୂଳକ। ଯଦିଓ ଏହାର ଘୋଷଣା ପରେ ଡେଡଲାଇନକୁ ଘୁଞ୍ଚା ଯାଇଥିଲା କିନ୍ତୁ ପରେ ଏହା ସମସ୍ତ ଟୋଲ ପ୍ଲାଜାରେ ଅନିବାର୍ଯ୍ୟ କରାଇଦିଆଯାଇଥିଲା। ସରକାରଙ୍କ ଅନୁଧ୍ୟାନ ଅନୁଯାୟୀ ପ୍ରତିଦିନ ସାରାଦେଶରେ ଥିବା ଟୋଲପ୍ଲାଜାରେ ପ୍ରାୟ ୬୦ ଲକ୍ଷ ଗାଡି ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.