ଘନକୁହୁଡ଼ି ଯୋଗୁଁ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା, ୪୦ ଆହତ

ବାଲେଶ୍ୱର: ଘନକୁହୁଡ଼ି ଯୋଗୁଁ ଦୁର୍ଘଟଣା । ଟ୍ରକ ପଛପଟୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାର ୬ଫୁଟ ତଳକୁ ଖସିଲା ବୋଲେରୋ । ବାଲେଶ୍ୱରର ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରା ଛକ ନିକଟରେ ଭୋରରେ ଘଟିଛି ଦୁର୍ଘଟଣା । ପଶ୍ଚିମବଙ୍ଗର ୧୦ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଲେରୋ ଦୀଘା ବେଳାଭୂମିକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଛି । ୧୦ ଜଣ ଯାକ ପର୍ଯ୍ୟଟକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରମାନଙ୍କୁ ଜଳେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

busଖନ୍ତାପଡ଼ା ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା :

ସେପଟେ ଖନ୍ତାପଡ଼ା ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା। ବାଲେଶ୍ୱର ଖନ୍ତାପଡ଼ା ୧୬ନଂ ଜାତୀୟ ରାଜପଥର ମେଘା ପେଟ୍ରୋଲ ପମ୍ପ ନିକଟରେ ଟ୍ରକକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ। କୋଲକାତାରୁ ପ୍ରାୟ ୭୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ବସଟି ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୨୦ଜଣ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ, ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତମାନଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.