ଟମାଟର ଦାମ୍‌କୁ ନେଇ ଦୋକାନୀ ଓ ଗ୍ରାହକ ମଧ୍ୟରେ ଝଗଡା, ତରାଜୁରେ ଗ୍ରାହକଙ୍କୁ ପିଟି ଆହତ କଲେ ଦୋକାନୀ

ଟମାଟର ଦାମକୁ ଯୋଗୁଁ ଦୋକାନୀ ଓ ଗ୍ରାହକ ଝଗଡା । ଟମାଟର ଦାମକୁ ନେଇ ଯୁକ୍ତିତର୍କ ଲାଗିବା ଯୋଗୁଁ ଗ୍ରାହକଙ୍କୁ ତରାଜୁରେ ପିଟି ଆହତ କଲେ ଦୋକାନୀ । ପୁନେର ଏକ ପରିବା ମାର୍କେଟରେ ଘଟିଛି ଏମିତି ଘଟଣା ।

ଭାରତରେ ଟମାଟର ଦର ଆକାଶଛୁଆଁ । ମାର୍ଚ୍ଚ ଏବଂ ଏପ୍ରିଲରେ ଏମିତି ପାଣିପାଗ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାଛଡା ଟମାଟୋରେ ପୋକ ଲାଗିଯିବା ଯୋଗୁଁ ଦର ଆକାଶଛୁଆଁ ହୋଇଛି । ଏହା ମଧ୍ୟରେ ପୁନେର ଏକ ପରିବା ମାର୍କେଟରେ ଟମାଟୋ ଦାମକୁ ନେଇ ବେପାରୀ ଏବଂ ଗ୍ରାହକ ମଧ୍ୟ ଝଗଡା ଲାଗିଛି । ଫଳରେ ବେପାରୀ ଜଣକ ଗ୍ରାହକଙ୍କ ମୁହଁକୁ ତରାଜୁରେ ମାରି ଗମ୍ଭୀର ରୂପେ ଆହତ କରିଛନ୍ତି ।

ଖବର ମୁତାବକ, ଘଟଣାଟି ଜୁଲାଇ ୫ ତାରିଖ ସନ୍ଧ୍ୟା ୭.୩୦ ମିନିଟରେ ଘଟିଛି । ଆହତ ହୋଇଥିବା ବ୍ୟକ୍ତି ଜଣକ ସ୍ଥାନୀୟ ନିବାସୀ ୪୨ ବର୍ଷୀୟ ଗୋପାଳ ଢେପେ । ଟମାଟୋ ଦାମ୍‌ ୨୫୦ ଗ୍ରାମକୁ ୨୦ ଟଙ୍କା ରହିଥିଲା । ଗୋପାଳ ଏହା ଅଧିକ ରହିଛି ବୋଲି ଦୋକାନୀକୁ କହିଥିଲେ । ଆଉ ଏହାକୁ ନେଇ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏହି କଥାରେ ଦୋକାନୀ ଜଣକ ରାଗିଯାଇ ଗ୍ରାହକ ଗୋପାଳଙ୍କୁ ମୁହଁକୁ ମୁଥ ମାରିବା ସହିତ ତରାଜୁରେ ଆକ୍ରମଣ କରିଥିଲେ । ଫଳରେ ଗ୍ରାହକ ଗୋପାଳ ଗୁରୁତର ଆହତ ହୋଇଥିଲେ ।

ଆହତ ହେବା ପରେ ଗୋପାଳ ଚନ୍ଦନ ନଗର ପୋଲିସ ଷ୍ଟେସନକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋକାନୀଙ୍କୁ ଧାରା ୩୨୩, ୩୨୪ ଏବଂ ୫୦୪ ଅଧିନରେ ମାମଲା ରୁଜୁ କରିଛି । ତେବେ ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ ।

ଏହା ପୂର୍ବରୁ ମହଙ୍ଗା ଟମାଟର ସୁରକ୍ଷା ପାଇଁ ଜଣେ ଦୋକାନୀ ବାଉନ୍ସର ରଖିଥିଲେ । ଉତ୍ତର ପ୍ରଦେଶର ବାରଣାସୀରେ ଜଣେ ଦୋକାନୀ ଟମାଟର ରଖିବା ପାଇଁ ୨ ଜଣ ବାଉନ୍ସର ରଖିଥିଲେ । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ ହେବା ପରେ ଘଟଣା ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.