Below header

ସାରା ଦେଶରେ ଲକ୍‌ଡାଉନ୍‌ ସମୟ ବଢ଼ିବ କି ନାହିଁ, କାଲି ନିଷ୍ପତ୍ତି ଶୁଣାଇବେ ମୋଦି

କେନ୍ୟୁଜ(ବ୍ୟୁରୋ): ଲକଡାଉନ ସାରା ଦେଶରେ ବଢିବ କି ନାହିଁ ରବିବାର ନିଷ୍ପତ୍ତି ଶୁଣାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଦିନ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେସିଂ ଜରିଆରେ ଆଲୋଚନା କରି ମୋଦି କିଛି ନିଷ୍କର୍ଷ ବାହାର କରିବେ ବୋଲି ଜଣା ପଡୁଛି । ଏପ୍ରିଲ ୧୪ରେ ଲକଡାଉନ ଶେଷ ହେବାକୁ ଯାଉଛି । ଏହି ଲକଡାଉନ ଅବଧିକୁ ବଢ଼ାଇବାକୁ ଅନେକ ରାଜ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଯେହେତୁ ବର୍ତ୍ତମାନ ସମୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ତେଣୁ ଏହାର ସ୍ଥିତି ସମୀକ୍ଷା କରି ନିଷ୍ପତି ନେବେ ପ୍ରଧାନମନ୍ତ୍ରୀ ମୋଦି। ଲକଡାଉନ ବେଳେ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ିଦେଲେ ଆଉ ବାକି ସବୁ ବନ୍ଦ ରହିଛି। ତେଣୁ କେନ୍ଦ୍ର ସରକାର ଯଦି ଦ୍ୱିତୀୟ ଥର ପାଇଁ ଲକଡାଉନ ଘୋଷଣା କରିବେ ତାହେଲେ ଅନେକ ପ୍ରସଙ୍ଗରେ ସର୍ତ୍ତମୂଳକ ନିୟମ ଅନୁୟାୟୀ ଆଉ କିଛି ସେବା ଯୋଗାଇ ପାରନ୍ତି ବୋଲି ଜଣା ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.