କୋଟିଏ ଟଙ୍କାର ମୁଣ୍ଡ ଜାମିନ ଥିବା ଟପ୍‌ ମାଓ ନେତା ପ୍ରଶାନ୍ତ ବୋଷ ଓରଫ କିଷନ୍‌ ଦା ଗିରଫ

କେନ୍ୟୁଜ୍(ବ୍ୟୁରୋ): ଟପ୍‌ ମାଓବାଦୀ ନେତା ପ୍ରଶାନ୍ତ ବୋଷ୍ ଓ ତାଙ୍କ ପତ୍ନୀ ଶୀଲା ମାରାଣ୍ଡି ଗିରଫ। ସିପିଆଇ ମାଓବାଦୀ ସଂଗଠନର ସେକେଣ୍ଡ ଇନ୍‌ କମାଣ୍ଡ ପ୍ରଶାନ୍ତ ବୋଷ୍। କିଷନ ଦା ନାଁରେ ପରିଚିତ ପ୍ରଶାନ୍ତଙ୍କୁ ଗିରଫ କରିଛି ଝାଡ଼ଖଣ୍ଡ ପୋଲିସ। କିଷନ ଦା ଏମ୍‌ସିସିଆଇର ମୁଖ୍ୟ ଥିଲେ। ୨୦୦୪ରେ ଏମ୍‌ସିସିଆଇ ଓ ସିପିଆଇଏମ୍‌ଲ ପିପୁଲ୍‌ସ ୱାର ସହ ମିଶି ଗଠନ ହୋଇଥିଲା ସିପିଆଇ ମାଓବାଦୀ ସଂଗଠନ। କିଷନଙ୍କ ପତ୍ନୀ ଶିଲା ମଧ୍ୟ ଜଣେ ଟପ୍‌ ମାଓନେତ୍ରୀ।

ସିପିଆଇ ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟିରେ ସେ ଏକମାତ୍ର ମହିଳା ସଦସ୍ୟ ଥିଲେ। କିଷନ ଦା ବର୍ତ୍ତମାନ ସିପିଆଇ ମାଓବାଦୀ ସେଣ୍ଟ୍ରାଲ କମିଟି, ପଲିଟ୍‌ବ୍ୟୁରୋ, ସେଣ୍ଟ୍ରାଲ ମିଲିଟାରୀ କମିଶନର ସଦସ୍ୟ ଅଛନ୍ତି। ମାଓବାଦୀଙ୍କ ପୂର୍ବାଞ୍ଚଳ ବ୍ୟୁରୋର ସମ୍ପାଦକ ମଧ୍ୟ ଅଛନ୍ତି କିଷନ। ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରେ ସେ ସକ୍ରିୟ ଥିଲେ। ତାଙ୍କୁ ୭୫ ବର୍ଷ ବୟସ ହୋଇଛି।

Leave A Reply

Your email address will not be published.