Below header

ଲାଗୁ ହେଲା ସଂଶୋଧିତ ମୋଟର ଯାନ ଆଇନ, ନିୟମ ଭାଙ୍ଗିଲେ ଗଣିବେ ଅଧିକ ଜରିମାନା

କଡ଼ାକଡ଼ି ହେବ ଟ୍ରାଫିକ ନିୟମ । ଆଜିଠୁ ସାରା ଦେଶରେ ଲାଗୁ ହେବ ସଂଶୋଧିତ ମୋଟର ଯାନ ଆଇନ । ଟ୍ରାଫିକ ନିୟମ ଭାଙ୍ଗିଲେ ଗଣିବେ ଅଧିକ ଜରିମାନା । ହେଲମେଣ୍ଟ ନ ପିନ୍ଧି ଗାଡି ଚଳାଉଥିଲେ ଆପଣ ଏକ ହଜାର ଟଙ୍କା ଜରିମାନା ଦେବେ । ସିଟ୍ ବେଲ୍ଟ ନ ବାନ୍ଧି ଗାଡି ଚଳାଇଲେ ଗଣିବେ ଏକ ହଜାର ଟଙ୍କା । ଫୋନରେ କଥା ହୋଇ ଗାଡି ଚଳାଉଥିଲେ ୫ହଜାର, ରଙ୍ଗ ସାଇଡ୍ ଗାଡି ଚଳାଉଥିଲେ ୫ହଜାର, ମଦ ପିଇ ଗାଡି ଚଳାଉଥିଲେ ୧୦ହଜାର, ବିପଦପୂର୍ଣ୍ଣ ଭାବେ ଗାଡି ଚଳାଉଥିଲେ ୫ହଜାର, ଟ୍ରାଫିକ୍ ସିଙ୍ଗନାଲ ଭାଙ୍ଗିଲେ ୫ ହଜାର ଓ ବାଇକରେ ତିନିଜଣ ବସି ଯାଉଥିଲେ ୫ ହଜାର ଟଙ୍କା ଜରିମାନା ଦେବେ । ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଲାଇଲେ ୫୦୦୦ ଟଙ୍କା ଗଣିବେ । ନିଷିଦ୍ଧାଞ୍ଚଳରେ ବିନା କାରଣରେ ହର୍ଣ୍ଣ ବଜାଇଲେ ପକେଟରୁ ୨ ହଜାର ଟଙ୍କା ଜରିମାନା ଗଣିବାକୁ ପଡ଼ିବ ।

rule

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.