ଟିଏମସିର ଯୁବନେତାଙ୍କୁ ଗୁଳି କରି ହତ୍ୟା, ୫ ଗିରଫ

କୋଲକାତା: ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା । ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଟିଏମସିର ଜଣେ ଯୁବନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏ ହତ୍ୟା ପଛରେ ବିଜେପିର ହାତ ଥିବା ଦଳ ଅଭିଯୋଗ ଆଣିଛି । ମୃତକ ହେଉଛନ୍ତି ରନଜୟ କୁମାର ଶ୍ରୀବାସ୍ତବ। ଖାରଦା ବିଧାନସଭା ଆସନରୁ ବିଜୟ ଲାଭ କରିଥିବା କାଜଲ ସିହ୍ନାଙ୍କ ଅତି ପାଖ ଲୋକ ଥିଲେ ।

ସୂଚନା ଅନୁସାରେ, ରନଜୟ ନିଜ କାରରେ ଶନିବାର ଘରକୁ ଫେରୁଥିଲେ । ଏହି ସମୟରେ କିଛି ଅଜଣା ବନ୍ଧୁକଧାରୀ ତାଙ୍କୁ ଅଟକାଇ ଥିଲେ । ପରେ ତାଙ୍କ ଗାଡି ଉପରକୁ ବୋମା ଫିଙ୍ଗିବା ସହ ଗୁଳି ମାଡ ମଧ୍ୟ କରିଥିଲେ । ଫଳରେ ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ, ଘଟଣାକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି । ଟିଏମସି ଉତ୍ତର ୨୪ ପରଗାନାର ମୁଖ୍ୟ ଜ୍ୟୋତିପ୍ରିଓ ମଲ୍ଲିକ ଅଭିଯୋଗ କରିଛନ୍ତି ଯେ ଏହି ଅଞ୍ଚଳରେ ଶାସକ ଦଳର କର୍ମୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ବିଜେପି ଏପରି କରିଛି । ଏହି ଆକ୍ରମଣର ସେ ମାଷ୍ଟରମାଇଣ୍ଡ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.