ଆମେରିକାରେ ଧ୍ୱଂସଲୀଳା ରଚୁଛି ଘୂର୍ଣ୍ଣିବାତ୍ୟା ହନ୍ନା, ଭୁଶୁଡ଼ିଲା ଆମେରିକା-ମେକ୍ସିକୋ ସୀମା କାନ୍ଥ

କରୋନା ମହାମାରୀ ମଧ୍ୟରେ ରବିବାର ଦିନ ଆମେରିକାର ଟେକ୍‌ସାସ୍‌ରେ ଘୂର୍ଣ୍ଣିବାତ୍ୟା ହନ୍ନା ଧ୍ୱଂସଲୀଳା ରଚିଛି। ହନ୍ନା ପ୍ରଭାବରେ ଟେକ୍‌ସାସ୍‌ର ଅଧିକାଂଶ ଗଛ ଉପୁଡ଼ି ପଡ଼ିଛି। ଏଥିସହ ଘର ମଧ୍ୟ ଉଜୁଡ଼ିଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ ରବିବାର ଘୂର୍ଣ୍ଣିଝଡ଼ ହନ୍ନା ଟେକ୍‌ସାସ୍‌ର ସମୁଦ୍ରକୂଳରେ ସ୍ଥଳଭାଗ ସ୍ପର୍ଶ କରିଛି। ହନ୍ନା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବା ସହ ପବନ ମଧ୍ୟ ଖୁବ୍‌ ଜୋର୍‌ରେ ବୋହିଥିଲା। ହନ୍ନାର କରାଳ ରୂପ ଖୁବ୍‌ ଭୟଙ୍କର ଥିଲା।

ପ୍ରବଳ ବର୍ଷା ପବନରେ ବିରାଟ ବିରାଟ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା। ଏଥିସହ ସମୁଦ୍ରକୂଳରେ ଥିବା ଡଙ୍ଗାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ହନ୍ନା ପ୍ରଭାବରେ ରାସ୍ତାରେ ଥିବା ଟ୍ରାକ୍ଟର ଓ ଟ୍ରଲର ଆଦି ଓଲଟି ପଡ଼ିଥିଲା। କେତେକ ସ୍ଥାନରେ ବିଜୁଳି ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି।

अमेरिका में तबाही मचा रहा हन्ना तूफान, तेज हवाओं के साथ हो रही भारी बारिश; अमेर‍िका-मेक्सिको सीमा पर दीवार भी ढह गई

କେବଳ ଏତିକି ନୁହେଁ ଆମେରିକା-ମେକ୍ସିକୋ ସୀମାର ସୁଦୃଢ଼ କାନ୍ଥର କେତେକ ଅଂଶ ମଧ୍ୟ ଭୁଶୁଡ଼ି ପଡ଼ିଛି। ବାତ୍ୟା ପ୍ରଭାବରେ ଗତ ୨୪ ଘଣ୍ଟା ହେଲା କରେଣ୍ଟ ନାହିଁ। ଏଥିସହ ଚାଷୀଙ୍କ ଆଖୁକିଆରୀ ମଧ୍ୟ ଧ୍ୱଂସସ୍ତୁପରେ ପରିଣତ ହୋଇଛି। ବାତ୍ୟା ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ତେବେ ସରକାରଙ୍କ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.