ଫୁଲ ମେକଅପ୍ ନେଇ ଘରେ ଝାଡୁ ମାରୁଛନ୍ତି ରବିନା ଟଣ୍ଡନ, ଭିଡିଓ ଉପରେ ଥରେ ପକାନ୍ତୁ ନଜର

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଏକ ଭିଡିଓ ନିକଟରେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓରେ ମସ୍ତ-ମସ୍ତ ଗାର୍ଲ ନିଜ ଘରର ବାଲକୋନିକୁ ସଫା କରି ଝାଡୁ ମାରୁଥିବା ଦେଖିବାକୁ ମିଳୁଛି। ଘର ଝାଡୁ ମାରି ସଫା କରୁଥିବାର ଏହି ଭିଡିଓକୁ ରବିନା ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡିଓରେ ସେୟାର କରି ରବିନା ଟଣ୍ଡନ ଏହା ମଧ୍ୟ କହିଛନ୍ତି ଇଣ୍ଟରଭ୍ୟୁ ଦେବାର ଠିକ୍ ପୂର୍ବରୁ ମେକଅପ କରି ଘରର ବାଲକୋନିକୁ ସଫା କରୁଛି। ରବିନାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ravinaଆକ୍ଟ୍ରେସ ରବିନା ଟଣ୍ଡନ ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଇଣ୍ଟରଭ୍ୟୁ ଦେବାର କିଛି ସମୟ ପୂର୍ବରୁ ମେକଅପ୍ ନେଇ ମୁଁ ଏହା କରୁଛି ଏବଂ ମୋତେ ଏହା ବହୁତ ପସନ୍ଦ। ନିଜ ଘରକୁ ସଫା କରିବା କୌଣସି ବଡ କଥା ନୁହେଁ। ସବୁ କରନ୍ତି, କିନ୍ତୁ ଫନି କଥା ହେଉଛି ମୁଁ ଘର ସଫା କରୁଛି ତାହା ପୁଣି ଫୁଲ ମେକଅପରେ। ଆଜିକାଲିର ବାସ୍ତବତା ହେଉଛି ସୁଟ୍ କରିବା ପୂର୍ବରୁ ଆମେ ସମସ୍ତେ ନିଜ ଘରର କାମ ଶେଷ କରି ପୂରା ମେକଅପ କରୁ, ତାପରେ ଯାଇ ସୁଟରେ ବସୁ। ଏହା ଆଜିକାଲିର ବାସ୍ତବ କଥା ଆଉ ଏହାପରେ ଯାଇ କ୍ୟାମେରା ପାଇଁ ଗ୍ଲାମର ଦେଖାଉଛୁ।

 

View this post on Instagram

 

Just before giving some interviews this is what I was doing and loving it! अपने घर की सफ़ाई करना कोई बड़ी बात नहीं है ! सब करते हैं / लेकिन फनी बात ये है फ़ुल मेकअप करके !😂😂आज कल रियालिटी यह है कि शूट के पहले हम सब अपना घर का काम ख़त्म करके ,फूल मेकअप करके ,फिर अपनी शूट में बैठते हैं/😂 The new normal reality,glamour for the camera. Here I’m cleaning up just before my shoot and then to look glam on camera.😂😂.

A post shared by Raveena Tandon (@officialraveenatandon) on


ରବିନା ଟଣ୍ଡନଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଭିଡିଓ ଦେଖି ଖୁବ୍ ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। ଅଭିନେତ୍ରୀଙ୍କ କ୍ୟାରିୟର ବିଷୟରେ କହିବା ତ ସେ ବହୁତ ଜଲଦି ଫିଲ୍ମ ‘କେଜିଏଫ ପାର୍ଟ ୨’ରେ ୟଶଙ୍କ ସସହିତ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.