ପୁଣି ତୁର୍କୀରେ ୪.୭ ତୀବ୍ରତାର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୩୪ ହଜାର ଟପିଲାଣି

ତୁର୍କୀରେ ପୁଣି ରବିବାର ରାତିରେ କାରାମାନମାରସ୍ ନଗରୀରେ ୪.୭ ତୀବ୍ରତାର ଭୂମିକମ୍ପ ହୋଇଛି । ଦୁଇ ଦେଶରେ ମୃତକଙ୍କ ସଂଖ୍ୟା ୩୪ ହଜାର ଟପିଲାଣି । ଭୂକମ୍ପର ୭ଦିନ ପରେ ମଧ୍ୟ ମାଟି ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଛି ।

ତୁର୍କୀରେ ପୁଣି ରବିବାର ରାତିରେ କାରାମାନମାରସ୍ ନଗରୀରେ ୪.୭ ତୀବ୍ରତାର ଭୂମିକମ୍ପ ହୋଇଛି । ତେବେ ତୁର୍କୀ ଓ ସିରିଆରେ ବଢ଼ୁଛି ଭୂକମ୍ପ ମୃତ୍ୟୁ ସଂଖ୍ୟା । ଦୁଇ ଦେଶରେ ମୃତକଙ୍କ ସଂଖ୍ୟା ୩୪ ହଜାର ଟପିଲାଣି । ତୁର୍କୀରେ ପ୍ରାୟ ୨୯ ହଜାର ୬୦୫ ଲୋକଙ୍କ ମୃତଦେହ ଉଦ୍ଧାର ହେଲାଣି। ସିରିଆରେ ଏହି ସଂଖ୍ୟା ସାଢ଼େ ୪ ହଜାରରୁ ଅଧିକ । ପ୍ରଳୟଙ୍କରୀ ଭୂକମ୍ପକୁ ୭ଦିନ ଅଧିକ ବିତିଥିଲେ ମଧ୍ୟ ଚାଲିଛି ଉଦ୍ଧାର କାର୍ଯ୍ୟ ।

ବର୍ତ୍ତମାନ ସୁଦ୍ଧା ବିଶ୍ୱର ବିଭିନ୍ନ ଭାଗରୁ ଆସିଥିବା ପ୍ରାୟ ୧୦ ହଜାର କର୍ମୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ଭୂକମ୍ପର ୭ଦିନ ପରେ ମଧ୍ୟ ଅନେକ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଆଗକୁ ମୃତ୍ୟୁସଂଖ୍ୟା ଦ୍ୱିଗୁଣିତ ହୋଇପାରେ ବୋଲି ଆକଳନ କରାଯାଉଛି। ମୃତ୍ୟୁ ସଂଖ୍ୟା ୫୦ ହଜାର ଟପିପାରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ପରେ ଜାତିସଂଘ ରିଲିଫ ମୁଖ୍ୟ ଆକଳନ କରିଛନ୍ତି । ତୁର୍କୀର ଗାଜିଆନଟପେ, ହାତାଇ, ନୁରଦାଗି ଏବଂ ମରାସ୍ ଭଳି ବହୁ ସହର ଏବେ ମରୁଭୂମି ସଦୃଶ ହୋଇଛି ।

ସୂଚନାଯୋଗ୍ୟ, ଗତ ସୋମବାର ଠାରୁ ଆରମ୍ଭ କରି ତୁର୍କୀ-ସିରିଆରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ବିନାଶକାରୀ ଭୂମିକମ୍ପର ୬ ଦିନ ପରେ ମଧ୍ୟ ମାଟି ତଳୁ ଜଣେ ଗର୍ଭବତୀ ଏବଂ ଦୁଇ ପିଲାଙ୍କୁ ଜୀବିତ ଉଦ୍ଧାର କରାଯାଇଛି । ଭୂମିକମ୍ପ ପ୍ରପୀଡ଼ିତ ଅଞ୍ଚଳ ଛାଡ଼ି ଇସ୍ତାନ୍ବୁଲ୍, ଅଙ୍କାରା, ଅନ୍ତାଲା ଏବଂ ଅନ୍ୟାନ୍ୟ ନିରପଦ ଅଞ୍ଚଳକୁ ଚାଲିଯାଉଥିବା ଲୋକମାନଙ୍କ ପାଇଁ ରବିବାର ଦିନ ତୁର୍କୀ ଏୟାରଲାଇନ୍ସ୍ ଏବଂ ପେଗାସସ୍ ଏୟାରଲାଇନ୍ସ୍ ମାଗଣାରେ ଟିକେଟ୍ ଯୋଗାଇ ଦେବାକୁ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.