ଭାଇର ଜୀବନ ବଞ୍ଚାଇବା ପାଇଁ ଦୁଇ ଭଉଣୀ ଖାଇଲେ ଗୁଳି, ୨ ଗିରଫ

ଭାଇର ଜୀବନ ପାଇଁ ନିଜ ଜୀବନ ଦେଇଦେଲେ ଦୁଇ ଭଉଣୀ । ଭାଇକୁ ଗୁଳି କରିବାକୁ ଆସିଥିଲେ କିଛି ଯୁବକ । ହେଲେ ଦୁଇ ଭଉଣୀ ନିଜେ ଗୁଳି ଖାଇଲେ । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

ଦିଲ୍ଲୀର ଆରକେ ପୁରମ ଥାନା ଅନ୍ତର୍ଗତ ଆମ୍ବେଦକର ବସ୍ତି ଅଞ୍ଚଳରେ ଦୁଇ ମହିଳାଙ୍କୁ ଗୁଳିକରି ହତ୍ୟା । ଭାଇକୁ ବଞ୍ଚାଇବା ପାଇଁ ଦୁଇ ଭଉଣୀ ଗୁଳି ଖାଇଥିଲେ ।  ଘଟଣା ପରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଖବର ମୁତାବକ, ଦିଲ୍ଲୀର ଆରକେ ପୁରମ ଥାନା ଅନ୍ତର୍ଗତ ଆମ୍ବେଦକର ବସ୍ତି ଅଞ୍ଚଳରେ ୨୦ରୁ ଉର୍ଦ୍ଧ୍ବ ଯୁବକ ମୃତ ଭଉଣୀଙ୍କ ଭାଇଙ୍କ ଉପରେ ଫାୟାରିଂ କରିଥିଲେ । ଫଳରେ ଯୁବକଙ୍କୁ ବଞ୍ଚାଇବା ପାଇଁ ଭଉଣୀ ଦୁଇଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ତେବେ ଯୁବକ ଜଣ ଗୁଳିକରିଥିବା ଯୁବକଙ୍କ ଠାରୁ କିଛି ପଇସା ଉଧାର ଆଣିଥିଲେ । ସେମାନେ ଯେତେଥର ମାଗିଥିଲେ ମଧ୍ୟ ଯୁବକ ଜଣକ ପଇସା ଫେରାଇନଥିଲେ ।  ତେଣୁ ସେମାନେ ଯୁବକଙ୍କ ଘରକୁ ଆସି ଯୁକ୍ତିତର୍କ ବେଳେ ସେମାନେ ଦୁଇ ଭଉଣୀଙ୍କ ଉପରକୁ ଗୁଳି କରିଥିଲେ। ଫଳରେ ଭାଇକୁ ବଞ୍ଚାଇବା ପାଇଁ ଭଉଣୀ ଦୁଇଜଣ ନିଜ ଜୀବନ ଦେଇଦେଇଥିଲେ ।

ଆଜି ସକାଳ ୪.୪୦ ମିନିଟ ସମୟରେ ଏହି ଘଟଣା ବିଷୟରେ ପୋଲିସ ଜାଣିବାକୁ ପାଇଥିଲା । ତେବେ ମୃତ ଦୁଇଜଣ ଯୁବତୀଙ୍କ ବୟସ ୩୦ ଏବଂ ୨୯ ବର୍ଷ । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜି୍ରୱାଲ ଟ୍ବିଟ୍‌ କରି ଲେଖିଛନ୍ତି, ଲୋକେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି । ଯେଉଁମାନେ ଆଇନ ବ୍ୟବସ୍ଥା ସମ୍ଭାଳୁଛନ୍ତି, ସେମାନେ ବ୍ୟବସ୍ଥାକୁ ସଜାଡିବା ପରିବର୍ତ୍ତେ ଦିଲ୍ଲୀ ସରକାରକୁ କବଜା କରି ଷଡଯନ୍ତ୍ର କରିବାକୁ ଲାଗିଛନ୍ତି । ମୃତ ଦୁଇ ମହିଳାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.