Missed Call ପାଇଁ ନୂଆ ବଟନ
ହ୍ଵାଟ୍ସଆପ ର ନୂଆ ଧମାକାଦାର ଫିଚର, Call-back Button ରେ ଏବେ ମିସ୍ ହୋଇଥିବା call କୁ ଟ୍ରାକ କରି କରିପାରିବେ call
ହ୍ଵାଟ୍ସଆପ ୟୁଜର୍ସଙ୍କ ପାଇଁ ଏକ ବହୁତ ବଡ ଖୁସି ଖବର । Missed Call ପାଇଁ ହ୍ଵାଟ୍ସଆପ ଖୁବ୍ ଶୀଘ୍ର ଏକ ନୂଆ କଲ୍-ବ୍ୟାକ୍ ସେବା ଆରମ୍ଭ କରିବାକୁ ଯାଉଛି। ଏହି ଫିଚର ୱିଣ୍ଡୋଜ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ, ଯାହା ଦ୍ୱାରା ଆପଣ ସହଜରେ ଆପଣଙ୍କର ମିସ୍ ହୋଇଥିବା କଲ କୁ ଟ୍ରାକ୍ କରିପାରିବେ ଏବଂ ସେମାନଙ୍କୁ ପୁନର୍ବାର କଲ କରିପାରିବେ । ଏହି ନୂଆ କଲ୍-ବ୍ୟାକ୍ ସେବା ବ୍ୟବହାର କରିବାକୁ ଆପଣଙ୍କୁ ମାଇକ୍ରୋସଫ୍ଟ ଷ୍ଟୋର୍ ଯାଇ ହ୍ଵାଟ୍ସଆପର ବିଟା ଭର୍ସନକୁ ଡାଉନଲୋଡ୍ କରିବାକୁ ପଡିବ। ଯଦି ଆପଣ ଜଣେ ହ୍ଵାଟ୍ସଆପ ବ୍ୟବହାରକାରୀ, ତେବେ ଆପଣ ଏହି ନୂଆ ବିଟା ଭର୍ସନକୁ ଡାଉନଲୋଡ୍ କରିପାରିବେ । ଆଉ ଏହି ନୂଆ କଲ୍-ବ୍ୟାକ୍ ସେବା ର ଲାଭ ଉଠାଇ ପାରିବେ ।
WhatsApp Call-back Button:
WABetaInfo ର ଏକ ରିପୋର୍ଟ ଅନୁଯାୟୀ, ହ୍ଵାଟ୍ସଆପ ଯେଉଁ ନୂଆ କଲ୍ ବ୍ୟାକ୍ ବଟନ୍ ଆଣିଛି ତାହା ମିସ୍ କଲ୍ ଆଲର୍ଟ ସହିତ ମେସେଜ୍ ଦେଖାଇବ । ଏହି ନୂଆ ବଟନ୍ ରେ ଏକ କଲ୍ ବ୍ୟାକ୍ ଅପ୍ସନ୍ ଅଛି, ଯାହାକୁ ଟ୍ୟାପ୍ କରି ଆପଣ ସେହି ବ୍ୟକ୍ତିଙ୍କୁ କଲ କରିପାରିବେ । ରିପୋର୍ଟ ଅନୁଯାୟୀ, ଚାଟ୍ ଭିତରେ ଏହି କଲ୍ ବ୍ୟାକ୍ ଅପ୍ସନ ରହିଛି , ତେଣୁ ଆପଣଙ୍କୁ ଏହା ଖୋଜିବାକୁ ପଡ଼ିବ ନାହିଁ ।ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ କଲ୍ ବ୍ୟାକ୍ ବଟନ୍ ଏକ ଉପଯୋଗୀ ଏବଂ ସୁବିଧାଜନକ ଫିଚର ହେବ କାରଣ ଏଥିରେ ସେମାନେ ମିସ୍ ହୋଇଥିବା କଲ୍ଗୁଡ଼ିକୁ ଚିହ୍ନିବା ଏବଂ ସେମାନଙ୍କ ସହ ଯୋଗାଯୋଗ କରିବା ସହଜ ହେବ। ଏହା ଏକ ଭଲ ଅପଡେଟ୍ ଯାହା ହ୍ଵାଟ୍ସଆପ ବ୍ୟବହାରକାରୀଙ୍କୁ ଭଲ ସୁବିଧା ପ୍ରଦାନ କରିବ।
ଏବେ ଏହା କେବଳ ବଛା ବଛା ବିଟା ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି । ଏବେ ଏହା ଟେଷ୍ଟିଙ୍ଗ ରେ ରହିଛି । ଯେତେବେଳେ ଏହା ସାରିବ, ସେତେବେଳେ ଏହା ସମସ୍ତ ୟୁଜର ଙ୍କ ପାଇଁ ଅଭିଲେବଲ ହେବ । ଯଦି ଆପଣ ଏପର୍ଯ୍ୟନ୍ତ ମାଇକ୍ରୋସଫ୍ଟ ଷ୍ଟୋର୍ରେ ଏହାକୁ ଦେଖି ନାହାଁନ୍ତି, ତେବେ ଆପଣଙ୍କୁ କିଛି ଦିନ ଅପେକ୍ଷା କରିବାକୁ ପଡିବ। ଏହା ହ୍ଵାଟ୍ସଆପ ବିଟା ଭର୍ସନ 2.2323.1.0 ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହୋଇଛି ।
କମ୍ପାନୀ ବିଟା ଟେଷ୍ଟର୍ସଙ୍କ ପାଇଁ ଅନେକ ନୂଆ ଫିଚର ବାହାର କରୁଛି । କଲ୍ ବ୍ୟାକ୍ ବଟନ୍ ସହିତ, ସ୍କ୍ରିନ୍ ସେୟାରିଂ ଏବଂ ଏଡିଟ୍ ବଟନ୍ ଫିଚର ବର୍ତ୍ତମାନ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେଉଛି । ପୂର୍ବରୁ ଏହି ଫିଚର କେବଳ ବିଟା ବ୍ୟବହାରକାରୀଙ୍କ ପାଇଁ ଥିଲା, କିନ୍ତୁ ବର୍ତ୍ତମାନ ଏହା ସମସ୍ତ ଉପଭୋକ୍ତାମାନଙ୍କ ପାଇଁ କରାଯାଇଛି । ଏହି ଫିଚର ଉପଭୋକ୍ତାମାନଙ୍କୁ ସେମାନଙ୍କର ଚାଟ୍ ଏଡିଟ୍ କରିବାକୁ, କଲ୍ ଏବଂ ସ୍କ୍ରିନ୍ ସେୟାର ପାଇଁ ଅନୁମତି ମିଳିବ । ତେବେ ଏହା ସମସ୍ତଙ୍କୁ ପସନ୍ଦ ଆସିବା ବୋଲି ଆଶା କରାଯାଉଛି ।