ଘାତକ ସାଜୁଛି ଅନଲାଇନ ଗେମ୍ ପବଜି, ଟ୍ରେନ ଲାଇନରେ ଗଲା ଆଉ ଦୁଇ ଜୀବନ

ମହାରାଷ୍ଟ୍ରର ହଙ୍ଗୋଲୀ ଜିଲ୍ଲାରେ ଦୁଇ ଯୁବକ ଅନଲାଇନ ଗେମ ପବଜି ଖେଳିବା କାରଣରୁ ଟ୍ରେନ ତଳେ ଆସି ମୃତ୍ୟୁ ମୁଖରେ ପଡିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଏହି ଘଟଣା ଶନିବାର ସଂଧ୍ୟାରେ ଏଠାରୁ ପ୍ରାୟ ୫୭୦ କିମି ଦୂର ହିଙ୍ଗୋଲିରେ ହୋଇଛି।

ସୂଚନା ଅନୁଯାୟୀ ଦୁଇ ଜଣ ଯୁବକ ଟ୍ରେନ ଲାଇନ ପାଖରେ ପବଜି ଖେଳୁଥିଲେ। ଏହି ସମୟରେ ସେମାନେ ଟ୍ରେନ ଆସିବାରେ ସୂଚନା ଟିକେ ହେଲେ ବି ପାଇପାରିନଥିଲେ। ଯେଉଁ କାରଣରୁ ସେମାନଙ୍କର ଟ୍ରେନ ତଳେ ଚାପି ହୋଇ ମୃତ୍ୟୁ ହୋଇଯାଇଥିଲା। ଲୋକମାନେ ବହୁତ ଖୋଜାଖୋଜି ପରେ ସେମାନଙ୍କର ଶବ ପାଇଲେ।

ଏହି ଘଟଣାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ପବଜି ଦକ୍ଷିଣ କୋରିୟାର ଏକ ଅନଲାଇନ ଗେମ୍ ଅଟେ ଏବଂ ବିଶେଷଜ୍ଞଙ୍କ ମତରେ ଏହି ଗେମକୁ ଖେଳୁଥିବା ଲୋକ ଏହି ଗେମ ମଧ୍ୟରେ ଏମିତି ନିଜକୁ ନିୟୋଜିତ କରି ନିଅନ୍ତି ଯେ ସେମାନଙ୍କ ଠାରେ ହିଂସାଭାବ ସ୍ରୁଷ୍ଟି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.