Below header

୩୦୦ କିମି ପ୍ରତିଘଣ୍ଟା ସ୍ପିଡରେ ଚାଲୁଥିବା ବୁଲେଟ ଟ୍ରେନର ୨ଟି ଡବା ଲାଇନଚ୍ୟୁତ, ଡ୍ରାଇଭର ମୃତ

ଚୀନର ଗୁଇଝାଓ ଅଞ୍ଚଳରେ ଏକ ବଡ ଟ୍ରେନ ଦୁର୍ଘଟଣା ଘଟିଛି। ୩୦୦ କିଲୋମିଟର ପ୍ରତି ଘଣ୍ଟାରେ ଚାଲୁଥିବା ଏକ ବୁଲେଟ ଟ୍ରେନର ଦୁଇଟି ଡବା ରେଳଧାରଣାରୁ ଖସିପଡିଛି। ଦୁର୍ଘଟଣାରେ ଟ୍ରେନ ଡ୍ରାଇଭରର ମୃତ୍ୟୁହୋଇଥିବା ବେଳେ ୭ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ବୁଲେଟ ଟ୍ରେନ ଚୀନର ଦକ୍ଷିଣ ପଶ୍ଚିମ ପ୍ରାନ୍ତ ଗୁଇୟାଙ୍ଗର ଦକ୍ଷିଣକୁ ଗ୍ଵାଙ୍ଗଝୁ ଆଡକୁ ଯାଉଥିବା ଏହି ଦୁର୍ଘଟଣା ଘଟିଥିଲା। ଗତକାଲି ସକାଳ ୧୦.୩୦ ମିନିଟରେ ବୁଲେଟ ଟ୍ରେନର ଦୁଇଟି ଡବା ରେଳଧାରଣାରୁ ଖସିପଡିଥିଲା। ଫଳରେ ଘଟଣା ସ୍ଥଳରେ ଚାଳକର ମୃତ୍ୟୁ ହୋଥିଲା। ଚୀନର ସ୍ଥାନୀୟ ମିଡିଆ ଆଉଟଲେଟ୍‌ ଗ୍ଲୋବାଲ ଟାଇମ୍ସ ଟ୍ଵିଟ କରି ଏହି ସୂଚନା ଦେଇଥିଲା।

ବୁଲେଟ ଟ୍ରେନ ୟୁଏଝାଇ ନିକଟରେ ଏକ ସୁଡଙ୍ଗର ପ୍ରବେଶ ଦ୍ୱାରରେ ପହଞ୍ଚିବା ପରେ ୭ମ ଏବଂ ୮ମ ଡବା ହଠାତ୍‌ ରେଳଧାରଣାରୁ ଖସିପଡିଥିଲା। ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୧୩୬ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ଦୁର୍ଘଟଣାରେ କାରଣ କ’ଣ ତାହାର ତଦନ୍ତ ଚାଲିଛି।

ଚୀନରେ ବୁଲେଟ ଟ୍ରେନର ସ୍ୱିଡ ୩୫୦ କିମି ପ୍ରତି ଘଣ୍ଟା ଚାଲୁଛି। ୧୭ ମଇରେ ହିଁ ଏହାର ଘୋଷଣା ହୋଇଥିଲା। ଯାହାପରେ ଜୁନରେ ଟ୍ରେନରେ ସ୍ପିଡକୁ ବଢାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.