ଅଦ୍ଭୁତ ମାନସିକତା: ଝିଅ ଜନ୍ମ ହେବାରୁ ମହିଳାଙ୍କୁ ସର୍ବସମ୍ମୁଖରେ ନିର୍ଦ୍ଦୟ ଭାବରେ ମାଡ଼ମାରିଲେ ଶାଶୁ ଓ ସ୍ୱାମୀ

ନୂଆଦିଲ୍ଲୀ : ‘କନ୍ୟା ରତନ, କର ଯତନ’ କଥା ଆପଣ ଶୁଣିଥିବେ। ସମାଜରେ ଆମେ ଯେତେ କହିଥାଉ ନା କାହିଁକି ପୁଅ ଏବଂ ଝିଅ ସବୁ ସମାନ । ସେମାନଙ୍କ ମଧ୍ୟରେ କ କୌଣସି ପାର୍ଥକ୍ୟ ନାହିଁ । କିନ୍ତୁ ଆଜି ବି ଏହିପରି ଅନେକ ଉଦାହରଣ ଏହି ଶିକ୍ଷିତ ସମାଜରେ ଦେଖିବାକୁ ମିଳେ ଯେଉଁଠାରେ ଝିଅଟିକୁ ଖରାପ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ। ତାଙ୍କ ଜନ୍ମ ସମୟରେ, ସୁଖ ପରିବର୍ତ୍ତେ ପରିବାର ଲୋକେ ଦୁଃଖ ପ୍ରକାଶ କରିଥାନ୍ତି। ଏପରିକି ପ୍ରସବ କରୁଥିବା ମାକୁ ମଧ୍ୟ ଅପମାନ ଶୁଣିବାକୁ ପଡିଥାଏ।

କିନ୍ତୁ ସମାଜରେ ଏପରି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ କନ୍ୟା ସନ୍ତାନକୁ ଏବେ ବି ବୋଝ ଭାବୁଛନ୍ତି । ଆଜିକାଲି ଝିଅ ଜନ୍ମ ହେଲେ ଲୋକେ ଖୁସିରେ ମିଠା ବାଣ୍ଟୁଛନ୍ତି । ଅନେକ ଜାଗାରେ ଖୁସି ହେବା ପରିବର୍ତ୍ତେ ଘରର ଲକ୍ଷ୍ମୀଙ୍କୁ ମାରପିଟ କରୁଛନ୍ତି । ନିର୍ଯାତନା ଦେଉଛନ୍ତି । ଉତ୍ତରପ୍ରଦେଶର ମହୋବା ଜିଲ୍ଲାରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ପୁଅ ବଦଳରେ ଝିଅ ଜନ୍ମ କରିଥିବାରୁ ସ୍ୱାମୀ ଓ ଶ୍ୱଶୁର ଘର ଲୋକ ଅକଥନୀୟ ନିର୍ଯାତନା ଦେଇଛନ୍ତି ।

ଖବର ଅନୁଯାୟୀ ଝିଅ ଜନ୍ମ ଦେଇଥିବାରୁ ପରିବାର ସଦସ୍ୟ ଉକ୍ତ ମହିଳାଙ୍କୁ ରାସ୍ତା ମଝିରେ ପିଟିଥିଲେ। ଦ୍ୱିତୀୟ ଝିଅ ଜନ୍ମ ହେବା ପରେ ମହିଳାଙ୍କ ଉପରେ ନିର୍ଯାତନା ବଢ଼ି ଯାଇଥିଲା ।ଏହା ପରେ ଶାଶୁ କ୍ରୋଧିତ ହେଇ ସ୍ୱାମୀଙ୍କ ସହ ମିଶି ମହିଳାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରୁଥିଲେ। ସୋସିଆଲ ମିଡିଆରେ ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଶାଶୁଘରର ଦୁଇଜଣ ମହିଳା ପୀଡିତାଙ୍କୁ ନିର୍ମମ ଭାବରେ ରାସ୍ତାର ମଝିରେ ପକାଇ ମାଡ ମାରୁଛନ୍ତି।

ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦେଖାଯାଇପାରେ ଯେ ମହିଳାମାନେ ପୀଡିତାଙ୍କୁ ମାଡ ମାରୁଛନ୍ତି ଏବଂ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି ଏବଂ କାନ୍ଦିବାକୁ ମନା କରୁଛନ୍ତି। ପୀଡିତା ମହିଳା ଜଣକ ତାଙ୍କ ଶାଶୁଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି ଯେ ଦୁଇ ଝିଅକୁ ଜନ୍ମ ଦେଇଥିବାରୁ ତାଙ୍କ ଶାଶୁ ତାଙ୍କୁ ମାଡ଼ ମାରିଥିଲେ। ଏହା ମଧ୍ୟ କହିଛନ୍ତି ଯେ ଶାଶୁଘର ଲୋକ ଏକ ପୁଅ ଚାହୁଁଛନ୍ତି “ମୋର ସ୍ୱାମୀ ଏବଂ ଶାଶୁ ପୁଅ ନ ଥିବାରୁ ମୋତେ ହଇରାଣ କରୁଥିଲେ ।

ମୁଁ ଯେତେବେଳେ ଆଉ ଗୋଟେ ଝିଅକୁ ଜନ୍ମ ଦେଲି ସେତେବେଳେ ସେମାନେ ମତେ ଅଧିକ ନିର୍ଯ୍ୟାତନା ଦେଲେ । ପୀଡିତା ଆହୁରି ଅନେକ ଗୁରୁତର ଅଭିଯୋଗ ଆଣିଛନ୍ତି। ପୀଡିତା କହିଛନ୍ତି ଯେ ପୁଅ ଜନ୍ମ ନକରିବା ହେତୁ ମୋତେ ଖାଦ୍ୟ ଖାଇବାକୁ ଦିଆଯାଇନଥିଲା । ଯେଉଁଥିପାଇଁ ମୁଁ ଶ୍ରମିକ ଭାବରେ କାମ କରି ନିଜର ପେଟ ପୋଷୁଥିଲି । ବର୍ତ୍ତମାନ ତାଙ୍କ ଅଭିଯୋଗ ଓ ଭିଡିଓ ଫୁଟେଜ୍‌ ଆଧାରରେ ଛାନଭିନ୍‌ ଆରମ୍ଭ ହୋଇଛି । ପୀଡ଼ିତାଙ୍କ ଚିକିତ୍ସା ପାଇଁ ବର୍ତ୍ତମାନ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.