ଜଣେ ଯୁବକଙ୍କୁ ବିବାହ କରିବା ପାଇଁ ଦୁଇ ଯୁବତୀଙ୍କ ହାତାହାତି, ମାମଲା ଥାନାରେ

ପ୍ରେମ କରାଯାଏନି, ହୋଇଯାଏ । ଏହା କେତେବେଳେ କେମିତି କିପରି ହୁଏ, କେହି କହି ପାରିବେନି । ସେଇଥିପାଇଁ ବୋଧହୁଏ କୁହାଯାଏ ପ୍ରେମ ଅନ୍ଧ । କେତେବେଳେ କେଉଁ କୂଳ ଲଂଘିବ କାହାକୁ ବା ଜଣା । ପ୍ରେମକୁ ନେଇ ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଠର କଙ୍କରଖେଡା ଅଞ୍ଚଳରେ । ଜଣେ ପ୍ରେମିକଙ୍କୁ ଦୁଇଜଣ ପ୍ରେମିକା ଭଲ ପାଇବା ନେଇ ଆରମ୍ଭ ହୋଇଛି କଳି ।

love

ଶେଷକୁ ମାମଲା ଯାଇ ପହଞ୍ଚିଛି ଥାନାରେ । ଦୁଇ ଜଣ ପ୍ରେମିକା ଜଣେ ପ୍ରେମିକଙ୍କୁ ଧରି ପହଞ୍ଚିଥିଲେ ଥାନାରେ । ଉକ୍ତ ଯୁବକଙ୍କ ଘର ମୁଜାଫର ନଗର ବୋଲି ଜଣାପଡ଼ିଛି । ଉଭୟ ଯୁବତୀ ଯୁବକଙ୍କୁ ନିଜର ପ୍ରେମିକ କହିଲେ ଓ ଉଭୟେ ବିବାହ କରିବାକୁ ଜିଦ୍‌ ଧରିଲେ ।

ଏହା ଶୁଣି ପୋଲିସର ଅକଲ ଗୁଡୁମ୍‌ । ମାମଲାର କ’ଣ ସମାଧାନ କରିବ ପୋଲିସ୍‌ ବୁଝି ପାରିଲା ନାହିଁ । ଶେଷରେ ଯୁବକକୁ ଅଟକ ରଖି ଯୁବତୀଦ୍ୱୟଙ୍କ ପରିବାର ଲୋକଙ୍କୁ ଡକାଇଲେ । ଯୁବତୀଙ୍କୁ ସେମାନଙ୍କ ପରିବାରକୁ ଜିମା ଦେବା ପରେ ଉକ୍ତ ଯୁବକଙ୍କୁ ଅଟକ ରଖିଥିବା ଜଣାଯାଇଛି ।

କଥା ଥିଲା ଏମିତି । ଦୁଇ ଜଣ ଝିଅ ଗୋଟିଏ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ଜଣକ ଉଭୟଙ୍କୁ ଡେଟିଂ କରୁଥିଲା । ହେଲେ ଜଣକୁ ଅନ୍ୟ ଜଣଙ୍କ ବିଷୟରେ କହି ନଥିଲା । ଯେତେବେଳେ ବିବାହ କଥା ଉଠିଲା ଯୁବକ ଜଣକ ସମୟ ଗଡାଇ ଚାଲିଲା । ପରେ ଦୁଇ ଜଣ ଯୁବତୀ ଏହି ଘଟଣା ଯେତେବେଳେ ଜାଣିଗଲେ, ଉଭୟ ବିବାହ କରିବାକୁ ଜିଦ୍‌ ଧରିଲେ । ଫଳରେ ଯୁବକ ଥାନାରେ ଶରଣ ପଶି ସବୁ କଥା ପୋଲିସ ଆଗରେ କହିବାକୁ ବାଧ୍ୟ ହୋଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.