Below header

ପଶ୍ଚିମବଙ୍ଗ : ପିଲାଙ୍କୁ ‘U’ ଅକ୍ଷର ପାଇଁ ‘Ugly’ ପଢ଼ାଇ ଫସିଲେ ଶିକ୍ଷୟିତ୍ରୀ, ଶିକ୍ଷା ବିଭାଗ କଲା ନିଲମ୍ବିତ

ପଶ୍ଚିମବଙ୍ଗ : ଶିକ୍ଷା ବ୍ୟକ୍ତିର ଚରିତ୍ର ଗଠନ କରିଥାଏ । ଶିଶୁମାନଙ୍କ ମସ୍ତିସ୍କ କଞ୍ଚା ମାଟି ପରି । ସେମାନଙ୍କୁ ଯେପରି ଶିକ୍ଷା ଦିଆଯାଏ ସେପରି ତାଙ୍କର ମସ୍ତିସ୍କ ବିକଶିତ ହୋଇଥାଏ । ତେଣୁ ଶିଶୁଙ୍କୁ ପ୍ରଥମରୁ ପଜେଟିଭ୍‌ ଶିକ୍ଷା ଦେବାକୁ ଶିକ୍ଷା ଖସଡା ପ୍ରସ୍ତୁତ ହୋଇଛି ।

ମାତ୍ର ପଶ୍ଚିମବଙ୍ଗ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଦୁଇ ଜଣ ଶିକ୍ଷୟିତ୍ରୀ ଶିଶୁ ଶ୍ରେଣୀର ପିଲାଙ୍କୁ ଭୁଲ୍‌ ଶିକ୍ଷା ଦେଇ ନିଲମ୍ବିତ ହୋଇଛନ୍ତି । ଘଟଣାଟି ଏପରି, ପ୍ରି- ପ୍ରାଇମେରୀ ଶ୍ରେଣୀର ଇଂରାଜୀ ବର୍ଣ୍ଣମାଳା ପୁସ୍ତକରେ ପ୍ରତି ଅକ୍ଷର ପାଇଁ ଶବ୍ଦ ଓ ପିଲାଙ୍କ ସହଜ ବୋଧଗମ୍ୟ ପାଇଁ ଏକ ଫଟୋ ଦିଆଯାଇଛି ।

ଯେଉଁଠି ‘U’ ଅକ୍ଷର ପାଇଁ ‘Ugly’ ବା ଅସୁନ୍ଦର ଦର୍ଶାଯାଇଛି । ତେବେ ଶବ୍ଦର ଅର୍ଥକୁ ବୁଝାଇବା ପାଇଁ ଉକ୍ତ ଶବ୍ଦ ପାଖରେ ଜଣେ ଶ୍ୟାମଳ ରଙ୍ଗର ବାଳକର ଫଟୋ ଦିଆଯାଇଛି । ତେବେ ଶ୍ୟାମଳ ରଙ୍ଗ ପ୍ରତି ଅପମାନଜନକ ଅର୍ଥ ପ୍ରୟୋଗ କରାଯାଇଥିବାରୁ ଏହାକୁ ନେଇ ସମସ୍ୟା ଉପୁଜିଛି ।

ଏହି ଶ୍ରେଣୀର ଶିଶୁମାନେ ଯେତେବେଳ ଘରେ ଏହି ଶବ୍ଦର ଅର୍ଥ ପଢ଼ିବାକୁ ଲାଗିଲେ ଏହା ଅଭିଭାବକଙ୍କ ଦୃଷ୍ଟିରେ ପଡିଲା । ଅଭିଭାବକ ଏହାକୁ ନେଇ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିଥିଲେ । କ୍ରମେ କଥା ଶିକ୍ଷା ମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲା । ଶିକ୍ଷା ମନ୍ତ୍ରୀ ଏହି ପୁସ୍ତକ ଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ନୁହେଁ ।

କିଛି ସ୍କୁଲ ଛୋଟ ପିଲାଙ୍କୁ ବୁଝାଇବା ପାଇଁ ନିଜ ଅନୁମୋଦିତ କିଛି ବହି ବ୍ୟବହାର କରୁଛନ୍ତି ବୋଲି କହିଥିଲେ । ଶିଶୁଙ୍କୁ ଭୁଲ୍‌ ଶିକ୍ଷା ଦେବା କାର୍ଯ୍ୟକୁ କେବେ ବି ବରଦାସ୍ତ କରାଯିବ ନାହିଁ । ତେଣୁ ଉକ୍ତ ଦୁଇ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି ବୋଲି ଶିକ୍ଷା ମନ୍ତ୍ରୀ ସଫେଇ ଦେଇଛନ୍ତି । ଲକ୍‌ଡାଉନ୍‌ ପାଇଁ ଏବେ ସ୍କୁଲ୍‌ ବନ୍ଦ ରହିଥିବା ବେଳେ ଏହି ଘଟଣା ଲକ୍‌ଡାଉନ୍‌ ପୂର୍ବର ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.