ପ୍ରଧାନମନ୍ତ୍ରୀଙ୍କୁ ଇଚ୍ଛା ମୃତ୍ୟୁ ମାଗିଲେ ଦୁଇ ଭଉଣୀ, ଜାଣନ୍ତୁ ଏହା ପଛର କାରଣ !

ୟୁପି ମେରଠରେ ଦୁଇ ଭଉଣୀ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଚ୍ଛା ମୃତ୍ୟୁ ପାଇଁ ଦାବି କରିବାର ଆଶ୍ଚର‌୍ୟ୍ୟକର ମାମଲା ସାମ୍ନାକୁ ଆସିଛି। ଏହି ସମ୍ପର୍କରେ ଦୁଇ ଭଉଣୀ ଏସଏସପି କାର୍ଯ୍ୟାଳୟ ପହଁଚି ପ୍ରାର୍ଥନା ପତ୍ର ଦେଇଛନ୍ତି। ତେବେ ଆଗକୁ ଜାଣନ୍ତୁ କଣ ରହିଛି ପୂରା ମାମଲା।

ବେଗମବାଗ ନିବାସୀ ଦିଶା ଏବଂ ହର୍ଷିତା ମଙ୍ଗା ଜେଲରେ ଥିବା ନିଜ ବାପା ଏବଂ କାକାଙ୍କୁ ନ୍ୟାୟ ଦେବା ପାଇଁ ଦ୍ବାର ଦ୍ବାର ବୁଲୁଛନ୍ତି। ଦୁଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ମାଗିଛନ୍ତି। ସେମାନଙ୍କର ଅଭିଯୋଗ ଅଛି ଯେ ପୋଲିସ ତାଙ୍କ ବାପା ଏବଂ କାକାଙ୍କୁ ମିଥ୍ୟା ଆରୋପରେ ଜେଲ ପଠାଇ ଦେଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଦେଇ ଦୁଇ ଭଉଣୀ ଲେଖିଛନ୍ତି କିଛି ଦିନ ପୂର୍ବରୁ ଲାଲକୁର୍ତ୍ତି ଥାନାରେ ଗୋଟେ କୋଟି ସୁନା ଚୋରିର ମାମଲା ରୁଜୁ ହୋଇଥିଲା। ପୋଲିସି ବିନା କୌଣସି ପ୍ରମାଣରେ ତାଙ୍କ ବାପା ଏବଂ କାକାଙ୍କୁ ଅଭିଯୁକ୍ତ କରାଇ ଜେଲ ପଠାଇ ଦେଇଛନ୍ତି।

ପୋଲିସ ସାକ୍ଷ୍ୟ ପ୍ରମାଣ ଅନୁଯାୟୀ ଷ୍ଟାମ୍ପ ପେପର ସାମିଲ କରିଛନ୍ତି। କିନ୍ତୁ ତାହା ନୋଟାରୀ ନୁହେଁ। ଏହି ମାମଲାରେ ଥାନାର ଜଣେ ପୋଲିସ ତାଙ୍କ ପରିବାରକୁ ଯାଇ ତିନି ଲକ୍ଷ ଟଙ୍କା ଦେବା ପାଇଁ ଚାପ ପକାଉଛନ୍ତି। ଏମିତି ନ କଲେ ସେ ମିଛ କେସରେ ଫସାଇଦେବା ପାଇଁ ଧମକ ଦେଉଛନ୍ତି। ସେମାନଙ୍କ ପରିବାର ଟଙ୍କା ଦେଇ ନପାରିବାରୁ ପୋଲିସ ଜଣଙ୍କ ମିଛ କେସରେ ତାଙ୍କ ବାପା ଏବଂ କାକାଙ୍କୁ ଅପରାଧୀ କରାଇଦେଲେ। ସେବେ ଠାରୁ ତାଙ୍କ ବାପା ଏବଂ କାକା ଜେଲରେ ଅଛନ୍ତି।

ଦୁଇ ଭଉଣୀ ଏସଏସପିଙ୍କୁ ମଧ୍ୟ ପ୍ରାର୍ଥନା ପତ୍ର ଦେଇଥିଲେ। ଏବଂ ନିବେଦନ କରିଥିଲେ ଭଲ ଭାବେ ଯାଞ୍ଚ କରନ୍ତୁ ତାପରେ ଜଣାପଡିଯିବ ଯେ ସତ କଣ ମିଛି କଣ ? ସେମାନେ ଏସଏସପିଙ୍କୁ ମଧ୍ୟ ଗୁହାରି କରିଛନ୍ତି ଯେ ସେ ତାଙ୍କ ନିର୍ଦ୍ଦୋଶ ବାପା ଏବଂ କାକାଙ୍କୁ ଜେଲରୁ ବାହାର କରାଇଦିଅନ୍ତୁ। ଏସଏସପି ଦୁଇ ଭଉଣୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ସେ ଏହି ମାମଲାର ଦ୍ରୁଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ନାୟ ପ୍ରଦାନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.