ଏହି ଭିଡିଓକୁ ଦେଖିଲା ପରେ ଆପଣ କହିବେ କଣ ସତରେ ଏମିତି ବି ହୋଇପାରେ ସଡକ ଦୁର୍ଘଟଣା !

ଚୀନର ଏକ ସଡକ ଦୁର୍ଘଟଣାର ଚମକାଇଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ଆପଣ ପୂର୍ବରୁ ସଡକ ଦୁର୍ଘଟଣା ହେବାର ଅନେକ ଭିଡିଓ ଦେଖିଥିବେ କିନ୍ତୁ ଏହି ଭଳି ସଡକ ଦୁର୍ଘଟଣାର ଭିଡିଓ ବୋଧ ହୁଏ ଆପଣ ଦେଖିନଥିବେ। ରାସ୍ତା ପାର୍ଶ୍ବରେ ଥିବା ଜେବ୍ରା କ୍ରୋସିଂରେ କିଛି ପେଣ୍ଟର କାମ କରୁଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଏକ ଦ୍ରୁତଗତିରେ ଚାଲୁଥିବା ଟ୍ରକର ଟାୟାର ହଠାତ୍ ବାହାରିଗଲା ଏବଂ ଗଡିଗଡି ଆସି ଜଣେ ପେଣ୍ଟରଙ୍କ ଉପରେ ଚଢ଼ିଗଗଲା।
ଟାୟାରର ଓଜନ ଏତେ ଅଧିକା ଥିଲା ଯେ ଟାୟାରଟି ପେଣ୍ଟରଙ୍କ ଉପରେ ଚଢ଼ି ଯାଇଥିଲା। କିନ୍ତୁ ସୌଭାଗ୍ୟବସତଃ ତାଙ୍କ ଜୀବନ ବଞ୍ଚିଯାଇଥିଲା। ସେ ବହୁତ ସମୟ ଧରି ବେହୋସ ହୋଇ ରହିଥିଲେ। ଏହି ଭୟଙ୍କର ସଡକ ଦୁର୍ଘଟଣାର ସିସିଟିଭି ଫୁଟେଜ ଏବେ ସାମ୍ନାକୁ ଆସିଛି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
video courtesy : Vong Tri Dung