Below header

ସରକାରଙ୍କ ଲାଗୁ ହେଲା ନୂଆ ନିୟମ, ଏବେ କର୍ମଚାରୀଙ୍କୁ ମିଳିବ ୩ଦିନ ଛୁଟି

କର୍ମଚାରୀଙ୍କ ଫାଇଦା ପାଇଁ ସରକାରଙ୍କ ନୂଆ ନିୟମ। ଏବେ କର୍ମଚାରୀ ଅଫିସରେ ସପ୍ତାହକୁ ମାତ୍ର ସାଢ଼େ ଚାରି ଦିନ କରିବେ କାମ । ଏହି ଖବର ନିଶ୍ଚିତ ଭାବେ ଅଫିସ କର୍ମଚାରୀଙ୍କୁ ଖୁସି କରିଦେବ । ସଂଯୁକ୍ତ ରାଷ୍ଟ୍ର ଆରବ ଅମିରତ ବା UAE ସରକାର କର୍ମଚାରୀଙ୍କ ପାଇଁ ଏହି ନିୟମ ବାହାର କରିଛନ୍ତି।

ଏଠାରେ ସରକାର ଏବେ ସପ୍ତାହିକ କାର୍ଯ୍ୟ ସୀମାକୁ ଆହୁରି କମାଇ ଦେଇଛନ୍ତି। ମାନେ ଅଫିସ କର୍ମଚାରୀ ସପ୍ତାହିକ ୫ ଦିନରୁ ଏବେ ଆହୁରି କମ ଦିନ କାମ କରିବେ। UAE ସରକାର ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଦେଶରେ ଏବେ କାର୍ଯ୍ୟ ସପ୍ତାହ ୫ ଦିନରୁ କମି ସଢ଼େ ଚାରିଦିନ ରଖାଯାଇଛି। ଅଳ୍ପ କାମ କରି ଅଧିକ ଫାଇଦା ପାଇବା ପାଇଁ ସମସ୍ତେ ଚାହିଁଥାନ୍ତି। କିନ୍ତୁ ଏହି ସୁବିଧା ସବୁଠି ଉପଲବ୍ଧ ନଥାଏ। ଠିକ ସେମିତି ସପ୍ତାହକୁ ୫ ଦିନ କାମ କରିବାର ନିୟମ ଆମ ଦେଶ ଭାରତରେ ମଧ୍ୟ ନାହିଁ। ଏଠାରେ ସପ୍ତାହକୁ କେବଳ ଗୋଟିଏ ଦିନ ଛୁଟି ମିିଳିଥାଏ।

ତେଣୁ ଏବେ ଦୁନିଆରେ UAE ପ୍ରଥମ ଏଭଳି ଦେଶ ଯେଉଁଠି ସରକାର ଏହି ନିୟମ ବାହର କରିଛନ୍ତି। ଯାହା ଆସନ୍ତା ବର୍ଷ ୧ ଜାନୁଆରୀରୁ ଲାଗୁହେବ ।ଏଠାରେ କର୍ମଚାରୀ ଅଫିସରେ ୫ ଦିନରୁ ବି କମ ଦିନ କାମ କରିବେ ।

ସରକାରଙ୍କ ନୂଆ ସମୟ ସାରିଣୀ ମୁତାବିକ କର୍ମଚାରୀ ମାନେ ଏବେ ସୋମବାରରୁ ଗୁରୁବାର ପର୍ଯ୍ୟନ୍ତ କାମ କରିବେ। କାମ କରିବା ସମୟ ସକାଳ ୭ଟା ୩୦ ମିନିଟରୁ ଆରମ୍ଭ ହୋଇ ଦ୍ୱିପ୍ରହର ୩ଟା ୩୦ ମିନିଟ ପର୍ଯ୍ୟନ୍ତ ରହିବ । ଶୁକ୍ରବାର ସକାଳ ୭ଟା ବାଜି ୩୦ ମିନିଟରୁ ଆରମ୍ଭ ହୋଇ ଦ୍ୱିପ୍ରହର ୧୨ ଟା ପର୍ଯ୍ୟନ୍ତ ରହିବ। ଯାହାକି ଦିନର ଅଧା ସମୟକୁ ଗଣାଯିବ।

କୁହାଯାଉଛି ଯେ ଦେଶରେ ବ୍ୟବସାୟକୁ ବଢ଼ାଇବା ପାଇଁ ଏହା ନିଜ କାର୍ଯ୍ୟ ସୀମାକୁ ଆମେରିକା, ବ୍ରିଟେନ ଏବଂ ବାକି ୟୁରୋପିୟ ଦେଶର ପାଖାପାଖି ରଖିଛି। ବ୍ୟକ୍ତିଙ୍କର ପର୍ସନାଲ ଓ ପ୍ରଫେସନାଲ ଜୀବନ ମଧ୍ୟରେ ବାଲାନ୍ସ ରଖିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଥିବାରୂ ଶୁଣିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.