Below header

ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନ

ନୂଆଦିଲ୍ଲୀ : ଉଦ୍ଧବ ଠାକରେ ଗୋଷ୍ଠୀଙ୍କୁ ମିଳିଲା ମଶାଲ ଚିହ୍ନ । ପାର୍ଟିର ନାଁ ରହିବ ‘ଶିବସେନା ଉଦ୍ଧବ ବାଲା ସାହେବ ଠାକରେ’ । ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଆଗାମୀ ବିଧାନସଭା ନିର୍ବାଚନ ଲାଗି ଉଦ୍ଧବ ଠାକରେଙ୍କୁ ଏହି ଜଳନ୍ତା ମଶାଲ ଚିହ୍ନ ମିଳିଛି । ସେହିଭଳି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ନାଁ ରହିଛି ‘ବାଲା ସାହେବାଞ୍ଚି ଶିବସେନା’ । ଏକନାଥ ସିନ୍ଦେଙ୍କୁ କିଛି ଚିହ୍ନ ମିଳିନାହିଁ ।

ଆସନ୍ତକାଲି ସକାଳ ୧୦ଟା ସୁଦ୍ଧା ତିନିଟି ବିକଳ୍ପ ଚିହ୍ନ ଦେବାକୁ ଏକନାଥ ସିନ୍ଦେଙ୍କୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଦଳର ନୂଆ ଚିହ୍ନ ଓ ନାଁ ପାଇଁ ନିର୍ବାଚନ କମିସନଙ୍କୁ ଉଦ୍ଧବ ଗୋଷ୍ଠୀ ତାଲିକା ପ୍ରଦାନ କରିଥିଲେ । ଦଳ ପାଇଁ ୩ଟି ଚିହ୍ନ ଓ ୨ଟି ନାଁ ପ୍ରସ୍ତାବ ଦେଇଥିଲେ ଉଦ୍ଧବ ଠାକରେ । ଏହା ପୂର୍ବରୁ ଭାରତୀୟ ନିର୍ବାଚନ କମିଶନ ଶିବ ସେନାର ଧନୁ ତୀର ଚିହ୍ନକୁ ଫ୍ରିଜ୍‌ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.