୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଆସିଲା ୟୁଜିସିର ଗାଇଡଲାଇନ୍‌, ଅକ୍ଟୋବର ୧ରୁ ଚଳିତ ଶିକ୍ଷାବର୍ଷ ଆରମ୍ଭ

(କେନ୍ଯୁଜ୍): କରୋନା କାଳ ମଧ୍ୟରେ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ଆସିଲା ୟୁଜିସିର ଗାଇଡଲାଇନ୍‌ । ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ଚଳିତ ଶିକ୍ଷାବର୍ଷ । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୟୁଜି ଓ ପିଜିର ପ୍ରଥମ ବର୍ଷାର ଆଡିମିଶନ ଶେଷ କରିବାକୁ କୁହାଯାଇଛି । ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ ପ୍ରକ୍ରିୟାରେ ନାମଲେଖା ହୋଇପାରିବ ।

ସେହିପରି ଜୁଲାଇ ୩୧ ତାରିଖ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ବାହାରିବା ପରେ ଆଡମିଶନ ହେବ ବୋଲି ଗାଇଡଲାଇନରେ ସ୍ୱଷ୍ଟ କରାଯାଇଛି । ୟୁଜି ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଅକ୍ଟୋବର ୧ରୁ ଆରମ୍ଭ ହେବ । ୨୦୨୨ ଜୁଲାଇ ୩୧ରେ ସେମିଷ୍ଟର ବ୍ରେକ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.