ରୁଷ୍‌-ୟୁକ୍ରେନ ସଙ୍କଟକୁ ନେଇ ବଡ଼ ଖୁଲାସା! ବ୍ରିଟେନ ଜାରି କଲା ଆକ୍ରମଣର ମାନଚିତ୍ର; ଦେଖନ୍ତୁ କେଉଁଠି କେଉଁଠି ମୁତୟନ ଅଛନ୍ତି ରୁଷୀୟ ସେନା

ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ରୁଷ୍‌-ୟୁକ୍ରେନ ସଙ୍କଟକୁ ନେଇ ଏକ ବଡ଼ ଖୁଲାସା କରିଛି। ଏଥିରେ ଏକ ମାନଚିତ୍ର ଜରିଆରେ ଦର୍ଶାଯାଇଛି କି, ରୁଷ୍‌ କିପରି ୟୁକ୍ରେନ ଉପରେ ବିନା ଚେତାବନୀରେ ଆକ୍ରମଣ କରି ପାରିବ। ସାମରିକ ମୁଖ୍ୟମାନେ ୭ ପ୍ରମୁଖ ସ୍ଥାନକୁ ଚିତ୍ରିତ କରିଛନ୍ତି, ଯାହାକୁ କ୍ରେମଲିନ୍ ସେନା ପ୍ରଥମ ପର୍ଯ୍ୟାୟରେ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ବ୍ୟବହାର କରି ପାରନ୍ତି। ଗ୍ରାଉଣ୍ଡ ଆଟାକ୍ ସହିତ ରୁଷ୍‌ର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣ ଉପରେ ମଧ୍ୟ ମାନଚିତ୍ରରେ ଫୋକସ୍‌ କରାଯାଇଛି।

ବ୍ରିଟିଶ ସରକାରଙ୍କ ଅନୁସାରେ, ଓଡେସା କିମ୍ବା ଭିନିତ୍ସିୟା ସହରକୁ ଯିବା ପୂର୍ବରୁ ରୁଷୀୟ ସୈନ୍ୟ ରୁଷ୍‌, ବେଲାରୁସ୍‌ କିମ୍ବା କ୍ରିମିୟା ପଟୁ ୟୁକ୍ରେନକୁ ପ୍ରବେଶ କରି ପାରନ୍ତି। ଅଧିକାରୀମାନେ କହିଛନ୍ତି, ରୁଷ୍‌ ଗୁରୁତ୍ୱପୂର୍ଣ୍ଣ ସାମରିକ ଉପସ୍ଥିତି ବଜାୟ ରଖିଛି, ଯାହା ବିନା କୌଣସି ଚେତାବନୀରେ ଆକ୍ରମଣ କରିପାରେ। ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌ କେଉଁଠାରୁ ବି ଆକ୍ରମଣ କରି ପାରନ୍ତି। ସେ ଆଗକୁ କହିଥିଲେ କି, ପୁତିନ୍‌ ଏବେ ମଧ୍ୟ ବିବାଦକୁ ରୋକିବା ଏବଂ ଶାନ୍ତି ବଜାୟ ରଖିବାର ବିକଳ୍ପ ବାଛି ପାରନ୍ତି।

ଭ୍ଲାଦିମିର ପୁତିନ୍‌ କହିଛନ୍ତି, ରୁଷ୍‌ର ସେନା ଟ୍ୟାଙ୍କ ୟୁନିଟ୍ ସୀମାରୁ ପଛକୁ ହଟୁଛି। ଯଦିଓ ବରିଷ୍ଠ ସୈନ୍ୟବାହିନୀ ସୂତ୍ରରୁ ଜଣାପଡ଼ିଛି କି, ସୈନ୍ୟମାନେ ଏବେ ବି ଆଗକୁ ବଢ଼ୁଛନ୍ତି। ୟୁକ୍ରେନ ସୀମା ଆଡକୁ ବଢ଼ୁଥିବା ଅତିରିକ୍ତ ମିଲିଟାରୀ ଯାନ, ହେଲିକାପ୍ଟର ଏବଂ ଏକ ଫିଲ୍ଡ ହସ୍ପିଟାଲର କେତେଗୁଡ଼ିଏ ଫଟୋ ସାମ୍ନାକୁ ଆସିଛି। ଏହି ଆକଳନ MI6, CIA, ଗୁପ୍ତଚର ବିମାନ, ସ୍ୟାଟେଲାଇଟ୍‌ସ ଏବଂ ଗୁପ୍ତ ଏଜେଣ୍ଟମାନଙ୍କଠାରୁ ମିଳିଥିବା ଗୁଇନ୍ଦା ସୂଚନା ଉପରେ ଆଧାରିତ। ଆମେରିକା ମଧ୍ୟ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କହିଛି ଯେ ରୁଷ୍‌ ୟୁକ୍ରେନ ସୀମାରେ ୧.୫ ଲକ୍ଷ ସୈନ୍ୟ ମୁତୟନ କରିଛି ଏବଂ କୌଣସି ବି ସମୟରେ ଆକ୍ରମଣ ଯୋଜନା କରୁଛି।

ରୁଷ-ୟୁକ୍ରେନ ବିବାଦର ମୂଳ କାରଣ କ’ଣ?

ୟୁକ୍ରେନ ରୁଷର ଏକ ପଡୋଶୀ ଦେଶ, ଯାହାର କ୍ଷେତ୍ରଫଳ ୬୦୩,୬୨୮ ବର୍ଗ କିଲୋମିଟର। ଏହା ରୁଷ ଏବଂ ୟୁରୋପ ମଧ୍ୟରେ ଅବସ୍ଥିତ। ଏହା ୧୯୯୧ ପର୍ଯ୍ୟନ୍ତ ସୋଭିଏତ୍ ସଂଘର ଏକ ଅଂଶ ଥିଲା, କିନ୍ତୁ ସୋଭିଏତ୍ ସଂଘର ପତ୍ତନ ପରେ ୟୁକ୍ରେନ ଅଲଗା ଏକ ଦେଶ ହୋଇଗଲା। ଏହାର ଅର୍ଥବ୍ୟବସ୍ଥା ତୁଳନାତ୍ମକ ଭାବରେ ମାନ୍ଦା। ୟୁକ୍ରେନର ବୈଦେଶିକ ନୀତି କହିବାକୁ ଗଲେ ସମ୍ପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ଏବଂ ସାର୍ବଭୌମ।

ଆମେରିକା ଏବଂ ନାଟୋ ଦେଶଗୁଡିକର ପ୍ରଭାବ ଦେଖା ଦେଇଛି। ୟୁକ୍ରେନ ସହିତ ରୁଷ ବିବାଦର ସବୁଠାରୁ ବଡ କାରଣ ହେଉଛି, ୟୁରୋପୀୟ ଦେଶ ୟୁକ୍ରେନ ସହିତ ଏତେ ନିକଟତର କାହିଁକି? ନଭେମ୍ବର ୨୦୧୩ରେ ୟୁକ୍ରେନ ରାଜଧାନୀ କିଭରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ୟୁରୋପୀୟ ସଂଘ ସହିତ ଅଧିକରୁ ଅଧିକ ଆର୍ଥିକ ଏକୀକରଣ ଯୋଜନାକୁ ରଦ୍ଦ କରିବାର ୟୁକ୍ରେନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚଙ୍କ ନିଷ୍ପତ୍ତି ବିରୋଧରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.