ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ହେବ ଭୋଟ

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ। ୨୯ଟି ଜିଲ୍ଲାର ୬୩ଟି ବ୍ଲକରେ ଭୋଟ ହେବ । ୧୭୧ଟି ଜିଲ୍ଲା ପରିଷଦ ଜୋନ ପାଇଁ ହେବ ଲଢେଇ । ୧୩ ଶହ ୮୨ ସରପଞ୍ଚ, ସମିତି ସଭ୍ୟ ପାଇଁ ପଡ଼ିବ ଭୋଟ । ୧୮ ହଜାର ୪୯୫ ଓ୍ଵାର୍ଡରେ ହେବ ନିର୍ବାଚନ ।

୫୬ ଲକ୍ଷ ୫୩ ହଜାର ଭୋଟର ମତସାବ୍ୟସ୍ତ କରିବେ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବୁଥ୍‌ରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି । ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ପାଲଲହଡ଼ା, ବିଜେପୁର, ରାୟଗଡ଼ା, ଫୁଲବାଣୀ, ରାଜନଗର, ନୟାଗଡ଼ ଆଦି ସ୍ଥାନରେ ହେବ ନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.