ପୁଣି ଚର୍ଚ୍ଚାରେ ଅଣ୍ଡରଓ୍ବାର୍ଲଡ ଡନ ଦାଉଦ ଇବ୍ରାହିମ: ଆଜି ନିଲାମ ହେବ ମହାରାଷ୍ଟ୍ରରେ ଥିବା ପୈତୃକ ସମ୍ପତ୍ତି

ଆଜି ନିଲାମ ହେବ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ସମ୍ପତ୍ତି। ମାତ୍ର ୧୯ ଲକ୍ଷ ୨୨ ହଜାର ଟଙ୍କାରେ ନିଲାମ ହେବ ଭାରତର ମୋଷ୍ଟୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମର ୪ଟି ଚାଷ ଜମି। ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ବା ସାଫେମା ପକ୍ଷରୁ ନିଲାମ ହେବ ସମ୍ପତ୍ତି ।

ନୂଆଦିଲ୍ଲୀ : ଆଜି ନିଲାମ ହେବ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ସମ୍ପତ୍ତି। ମାତ୍ର ୧୯ ଲକ୍ଷ ୨୨ ହଜାର ଟଙ୍କାରେ ନିଲାମ ହେବ ଭାରତର ମୋଷ୍ଟୱାଣ୍ଟେଡ ଅପରାଧୀ ଦାଉଦ ଇବ୍ରାହିମର ୪ଟି ଚାଷ ଜମି। ସ୍ମଗଲର୍ସ ଆଣ୍ଡ ଫରେନ ଏକ୍ସଚେଞ୍ଜ ମାନିପୁଲେଟର୍ସ ଅଥରିଟି ବା ସାଫେମା ପକ୍ଷରୁ ନିଲାମ ହେବ ସମ୍ପତ୍ତି । ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଥିବା ଦାଉଦ ଇବ୍ରାହିମର ପୈତୃକ ଗାଁ ମୁମ୍ବକେରେ ଏହି ଚାଷ ଜମି ରହିଛି। ନିଲାମ ପ୍ରକ୍ରିୟାରେ କେତେଜଣ ଭାଗ ନେଉଛନ୍ତି ତାହା ଜଣା ପଡିନଥିବା ବେଳେ ଶିବସେନାର ପୂର୍ବତନ ସଦସ୍ୟ ତଥା ଆଇନଜୀବି ଅଜୟ ଶ୍ରୀବାସ୍ତବ ଭାଗ ନେବେ ବୋଲି ଜଣାଇଛନ୍ତି। ପୂର୍ବରୁ ଅଜୟ ଶ୍ରୀବାସ୍ତବ ଦାଉଦର ତିନିଟି ସମ୍ପତ୍ତି କିଣି ସାରିଛନ୍ତି। ଏଥିରେ ମୁମ୍ବକେ ଗାଁରେ ଥିବା ଦାଉଦର ପୈତୃକ ଘର ସାମିଲ ରହିଛି।

ନିଲାମ ହେବାକୁ ଥିବା ସମ୍ପତ୍ତି ମଧ୍ୟରେ ରହିଛି ଦାଉଦର ମା ଅମିନାଙ୍କ କିଛି ସମ୍ପତ୍ତି । ପୂର୍ବରୁ ସାଫେମା ପକ୍ଷରୁ ଦାଉଦର ହୋଟେଲ ରୌନାକ ଆଫ୍ରୋଜ, ସବନମ ଗେଷ୍ଟ ହାଉସ, ଦାମରଓ୍ବାଲ ବିଲଡିଂରେ ଥିବା ୬ଟି ଘରକୁ ୧୧ କୋଟି ଟଙ୍କାରେ ୨୦୧୭ରେ ନିଲାମ କରାଯାଇଥିଲା । ଗତ ୨୦୨୦ରେ ବି ଦାଉଦର ୨୨ ଲକ୍ଷ ୭୯ ହଜାର ଟଙ୍କାର ସମ୍ପତ୍ତି ବି ନିଲାମ ହୋଇଥିଲା ।

କିଛି ଦିନ ତଳେ ଦାଉଦର ସ୍ବାସ୍ଥ୍ୟ ଖରାପ ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଖବର ପ୍ରକାଶ ପାଇଥିଲା । କିନ୍ତୁ ଭାରତୀୟ ଅନୁସନ୍ଧାନକାରୀ ସଂସ୍ଥା ଏହା ସ୍ପଷ୍ଟ କରିଥିଲା ଯେ, ଏହା ଏକ ଗୁଜବ ଥିଲା । ବାସ୍ତବରେ ଦାଉଦ ଇବ୍ରାହିମ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ପ୍ରତି ମାସରେ ହସ୍ପିଟାଲ ଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.