କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ନୂଆ ପ୍ରୋଟୋକଲ, ରାତିରେ ବି ହେବ ପୋଷ୍ଟ ଶବ ବ୍ୟବଚ୍ଛେଦ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନୂଆ ପ୍ରୋଟୋକଲ । ଏବେ ରାତିରେ ବି ହୋଇପାରିବ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ । ଏ ମ୍ପର୍କରେ ଟ୍ଵିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ସୂର୍ଯ୍ୟାସ୍ତ ପରେ ହସପିଟାଲରେ ଶବ ବ୍ୟବଚ୍ଛେଦ କରିବାର ପୂର୍ବରୁ ନିୟମ ନଥିଲା । ଯଦି କୌଣସି ଦୁର୍ଘଟଣା କିମ୍ବା ଅନ୍ୟ କିଛି ଅସାମାନ୍ୟ କାରଣରୁ ରାତିରେ ମୃତ୍ୟୁ ହେଉଥିଲା । ପୋଷ୍ଟମର୍ଟମ ପାଇଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଥିଲା । ହେଲେ ଏବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ପ୍ରୋଟୋକଲ ଅନୁଯାୟୀ ରାତିରେ ବି ପୋଷ୍ଟମର୍ଟମ ହୋଇପାରିବ । ଫଳରେ ୨୪ ଘଣ୍ଟା ପୋଷ୍ଟମର୍ଟମ ହେବାର ବାଟ ସଫା ହୋଇଯାଇଛି ।

tweet

ଏବେ ଆଉ ପୋଷ୍ଟମର୍ଟମ ବା ଶବ ବ୍ୟବଚ୍ଛେଦ ପାଇଁ ସକାଳ ଯାଏ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ତେବେ ଭିତ୍ତିଭୂମି ଥିବା ହସପିଟାଲଗୁଡ଼ିକରେ ଏହି ନିୟମ ଲାଗୁ ହେବ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ପ୍ରକାଶଯୋଗ୍ୟ ଯେ ପୋଷ୍ଟମର୍ଟମ ରାତିରେ ହୋଇ ପାରୁନଥିବାରୁ ଅଭିଯୁକ୍ତମାନେ ଏହାର ଫାଇଦା ନେଉଥିଲେ । ଦୀର୍ଘ ସମୟ ମୃତ ଦେହ ମେଡିକାଲରେ ପଡ଼ିରହୁଥିଲା । ଫଳରେ ପୋଷ୍ଟମର୍ଟମକୁ ବଦଳାଇ ପାରିବା ସହଜ ହେଉଥିଲା । ପ୍ରକୃତ ଅଭିଯୁକ୍ତ ଖସି ଯିବା ପାଇଁ ସହଜ ହେଉଥିଲା । ଏବେ ପୋଷ୍ଟମର୍ଟମ ରିପୋର୍ଟ ସଂଗେ ସଂଗେ ମିଳିବ । ଫଳରେ ପୋଷ୍ଟମର୍ଟମର ରିପୋର୍ଟରେ ସତ୍ୟତା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.