ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପକ୍ଷୀ ମାଡ଼ ଯୋଗୁଁ ଜରୁରୀ ଅବତରଣ କଲା ତାଙ୍କ ହେଲିକପ୍ଟର

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ। ହେଲିକପ୍ଟରରେ ପକ୍ଷୀ ମାଡ ହେବା ଯୋଗୁ ଜରୁରୀ ଅବତରଣ କରିଥିଲା ବିମାନ। ହେଲିକପ୍ଟର ବାରଣାସୀ ରିଜର୍ଭ ପୋଲିସ ଲାଇନ୍ସ ଗ୍ରାଉଣ୍ଡରୁ ଲକ୍ଷ୍ନୌ ପାଇଁ ଉଡାଣ ଭରିଥିଲା। ଠିକ୍‌ ମଝି ଆକାଶରେ ଏପରି ଅଘଟଣା ଘଟିଥିଲା। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସକୁ ଫେରି ଆସିଥିବା ଖବର ମଧ୍ୟ ମିଳିଛି।

ସୂଚନା ଅନୁସାରେ, ଗତକାଲି ଯୋଗୀ ବାରଣାସୀ ଆସି ସେଠାରେ ହେଉଥିବା ସମସ୍ତ ବିକାଶମୂଳକ କାର୍ଯ୍ୟର ତଦାରଖ ଏବଂ ସମୀକ୍ଷା କରିଥିଲେ। ସେଠାରେ ଗୋଟି ରାତି ରହିବା ପରେ ଆଜି ସକାଳୁ ହେଲିକପ୍ଟର ଯୋଗେ ରାଜଧାନୀ ଲକ୍ଷ୍ନୌ ଯିବାକୁ ବାହାରି ଥିଲେ।

bj[p leader helicopter

ଯୋଗୀଙ୍କ ହେଲିକପ୍ଟର ଆକାଶରେ ଉଡ଼ୁଥିବା ବେଳେ ହଠାତ୍ ଏକ ପକ୍ଷୀ ମାଡ଼ ହୋଇଥିଲା। ଏହାପରେ ବିପଦ ଆଶଙ୍କାଙ୍କୁ ଏଡ଼ାଇବା ପାଇଁ ପାଇଲଟ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ସ୍ଥିର କରିଥିଲେ ବୋଲି ବାରାଣସୀ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ କୌଶାଲ ରାଜ ଶର୍ମା ସୂଚନା ଦେଇଥିଲେ। ସକାଳ ୯.୧୨ରେ ହେଲିକପ୍ଟର ଉଡାଣ ଭରିଥିଲା। ମାତ୍ର ୫ ମିନିଟ୍‌ ପରେ ଅର୍ଥାତ୍‌ ୯.୧୭ରେ ହେଲିକପ୍ଟରର ଜରୁରୀ ଅବତରଣ ହୋଇଥିଲା।

ହେଲିକପ୍ଟରର ଜରୁରୀ ଅବତରଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସଡ଼କ ପଥ ଦେଇ LBSI ଏୟାରପୋର୍ଟ ନିଆ ଯାଇଥିଲା। ଏହାପରେ ସେଠାରୁ ରାଜ୍ୟ ବିମାନ ଯୋଗେ ତାଙ୍କୁ ଲକ୍ଷ୍ନୌ ପଠାଯାଇଥିଲା ବୋଲି ଡିଏମ୍ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.