ବିନା ଟିକେଟରେ ଟ୍ରେନରେ ଯାଉଥିଲେ ପୋଲିସ ବାବୁ , TTE ଜାଣିବାରୁ ଟ୍ରେନରୁ ବାହାରି ଯିବାକୁ କହିଲେ
ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିରୁଦ୍ଧରେ ଭାରତୀୟ ରେଳ ବିଭାଗ ଦ୍ୱାରା ଅନେକ ନିୟମ ଜାରି କରାଯାଇଛି। ଏହାକୁ ନେଇ ଚେତାବନୀ ଦିଆଯିବା ପରେ ମଧ୍ୟ ଅନ୍ୟ ଲୋକ ତ ଛାଡ଼ ଖୋଦ ପୋଲିସ ବାବୁ ନିଜେ ଏହି ନିୟମକୁ ମାନୁନାହାନ୍ତି। ବନ୍ଦେ ଭାରତ ଟ୍ରେନରେ ଯାଉଥିବା ସମୟରେ ପାଖରେ ଟିକେଟ ନଥିବାରୁ ଟିଟିଇ ଆସି ତାଙ୍କୁ ପଚାରିଥିଲେ .. କିନ୍ତୁ ତା ପରେ ଟିଟିଇ ଓ ପୋଲିସ ବାବୁଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ଯାହାର କ୍ଲିପ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଟ୍ରେନରେ ଯାତ୍ରା କରିବା ପାଇଁ ହେଲେ ରେଳ ବିଭାଗ ତରଫରୁ କିଛି ନିୟମ ରହିଛି। ଯାହାକୁ ମାନିବାକୁ ସମସ୍ତେ ବାଧ୍ୟ। ଏମିତିକି ଦେଶର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ହୁଅନ୍ତୁ ଅବା ଦେଶ ଚଳାଉଥିବା ପ୍ରଧାନମନ୍ତୀ ମୋଦୀ, ଯେ କେହି ବି ଟ୍ରେନରେ ଯାତ୍ରା କରିବେ ସେମାନେ ସମସ୍ତେ ଏହାକୁ ନେଇ ଥିବା ସବୁ ରୁଲକୁ ଫଲୋ କରିବାକୁ ବାଧ୍ୟ। ଯଦି କେହି ମାନନ୍ତି ନାହିଁ ତାହେଲେ ସେମାନଙ୍କ ପାଇଁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ଆଉ ଏହି ଦଣ୍ଡ ସମସ୍ତଙ୍କ ପାଇଁ ସମାନ ରହିଛି।
କିନ୍ତୁ ଏଠି ଚିତ୍ର ପୁରା ବଦଳିଯାଇଛି। ଟ୍ରେନରେ ପୋଲିସ ବାବୁ କୌଣସି ନିୟମକୁ ମାନୁନଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଏମିତିକି ସେ ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଛନ୍ତି , ଯାହାର କାରଣ ପଚାରିବାକୁ ସେ ଟ୍ରେନ କର୍ମଚାରୀଙ୍କ ସହ ଝଗଡ଼ା କରୁଛନ୍ତି। ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ବିରୁଦ୍ଧରେ ଭାରତୀୟ ରେଳ ବିଭାଗ ଦ୍ୱାରା ଅନେକ ନିୟମ ଜାରି କରାଯାଇଛି। ଏହାକୁ ନେଇ ଚେତାବନୀ ଦିଆଯିବା ପରେ ମଧ୍ୟ ଅନ୍ୟ ଲୋକ ତ ଛାଡ଼ ଖୋଦ ପୋଲିସ ବାବୁ ନିଜେ ଏହି ନିୟମକୁ ମାନୁନାହାନ୍ତି। ବନ୍ଦେ ଭାରତ ଟ୍ରେନରେ ଯାଉଥିବା ସମୟରେ ପାଖରେ ଟିକେଟ ନଥିବାରୁ ଟିଟିଇ ଆସି ତାଙ୍କୁ ପଚାରିଥିଲେ .. କିନ୍ତୁ ତା ପରେ ଟିଟିଇ ଓ ପୋଲିସ ବାବୁଙ୍କ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା। ଯାହାର କ୍ଲିପ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
କ୍ଲିପରେ ଉତ୍ତରପ୍ରଦେଶର ଜଣେ ପୋଲିସ ଅଧିକାରୀ ବିନା ଟିକେଟରେ ଟ୍ରେନ ଯାତ୍ରା କରିବା ପରେ ଟିଟିଇ ପଚାରିବାକୁ ତାଙ୍କ ସହ ଝଗଡ଼ା କରୁଛନ୍ତି। ଅଭଦ୍ର ବ୍ୟବହାର କରୂୁଛନ୍ତି। ଯାହାକୁ ଅନେକ ଦେଖି ନିନ୍ଦା କରିଛନ୍ତି।
Verbal Kalesh b/w TTE and Police Officer over Police Officer was Travelling without ticket pic.twitter.com/LhS4I56CzW
— Ghar Ke Kalesh (@gharkekalesh) October 12, 2023
ଟ୍ଵିଟରରେ ଘର କେ କଲେସ ନାମକ ଏକ ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରାଯାଇଛି। ଟିକେଟ କୁ ନେଇ ଉଭୟଙ୍କ ମଧ୍ୟରେ ଭୟଙ୍କର ଝଗଡ଼ା ହେଉଛି। ବିନା ଟିକେଟରେ ପୋଲିସ ଅଧିକାରୀ ଜଣକ ଟ୍ରେନରେ ଯାତ୍ରା କରୁଥିଲେ। ପୋଲିସ ବାବୁଙ୍କକହିବା ଅନୁସାରେ ସେ ଯେଉଁ ଟ୍ରେନରେ ଯିବା ପାଇଁ ଆସିଥିଲେ ତାହା ଷ୍ଟେସନ ଛାଡ଼ି ଦେଇଥିଲା। ତେଣୁ ସେ ଏହି ଟ୍ରେନରେ ବସି ଯାଇଥିଲେ। ଏହାକୁ ଶୁଣିବା ପରେ ଟିଟିଇ ତାଙ୍କୁ ଅନେକ କଥା କହିଥିଲେ। ପରେ ଟିଟିଇ ପୋଲିସ ବାବୁଙ୍କୁ ଟ୍ରେନରୁ ବାହାରିଯିବାକୁ କହିଲେ ।
ତେବେ ଏହି କ୍ଲିପ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି।ଅନେକ ଏହାକୁ ନେଇ ପୋଲିସଙ୍କ ସମର୍ଥନ କରିଥିବା ବେଳେ କିଛି ଜଣ ଟିିଟିଇ ଙ୍କୁ ସମର୍ଥନ କରିଛନ୍ତି। କିନ୍ତୁ ପ୍ରକୃତରେ ସମସ୍ତେ ଟ୍ରେନରେ ଯାତ୍ରା କରୁଥିବା ସମୟରେ ଏହାର ନିୟମକୁ ମାନିବା ଦରକାର। ପୋଲିସ ହୁଅନ୍ତୁ ଅବା ଅନ୍ୟ କେହି … ଖାମଖିଆଲି ହୋଇ ଏହାର ଫାଇଦା ଉଠାଇବା ଉଚିତ ନୁହେଁ।