ପ୍ରକାଶ ପାଇଲା IAS ରେଜଲ୍ଟ, ଇଶିତା କିଶୋର ଟପ୍ପର

ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (IAS) ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଛି । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର ହୋଇଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ୬ ଜଣ ଝିଅ ଅଛନ୍ତି ।

ପ୍ରକାଶ ପାଇଲା IAS ରେଜଲ୍ଟ । ଇଶିତା କିଶୋର ୨୦୨୨ ବର୍ଷ ପାଇଁ ଟପ୍ପର  ହୋଇଛନ୍ତି । ପ୍ରଥମ ଚାରିଟି ସ୍ଥାନରେ ମହିଳା ପ୍ରାର୍ଥୀମାନେ ରହିଛନ୍ତି । ପୁଣି ଥରେ ବାଜି ମାରିଛନ୍ତି ଝିଅ । ସର୍ବଭାରତୀୟ ସ୍ତରରେ ଟପ୍ କରିଛନ୍ତି ଇଶିତା କିଶୋର । ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ । ତୃତୀୟ ସ୍ଥାନରେ ଅଛନ୍ତି ଉମା ହର୍ଷିଥି ଏନ୍ । ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ଅଛନ୍ତି । ପ୍ରଥମ ୧୦ଟି ସ୍ଥାନରେ ୬ ଜଣ ଝିଅ ଅଛନ୍ତି ।

ତେବେ IAS ପରୀକ୍ଷାରେ ଓଡିଶାରୁ ସ୍ଥାନ ପାଇଥିବା ଅନେକ ପରୀକ୍ଷାର୍ଥୀ ବାଜି ମାରିଛନ୍ତି । ୩୩ତମ ସ୍ଥାନରେ ଓଡ଼ିଶାର ଥରୁଣ ପଟ୍ଟନାୟକ ମାଡେଲା । ୬୭ ସ୍ଥାନରେ ଓଡିଆ ଝିଅ କସ୍ତୁରୀ ପଣ୍ଡା ସ୍ଥାନ ପାଇଛନ୍ତି । ୩୬୩ ସ୍ଥାନରେ ଦିବ୍ୟା ଜୈନ । ୫୧୬ ସ୍ଥାନରେ ତେଜସ୍ୱିନୀ ବେହେରା ରହିଛନ୍ତି । ୨୨୬ତମ ସ୍ଥାନରେ ଗୌରବ କୁମାର ତ୍ରିପାଠୀ । ୩୩୪ ସ୍ଥାନରେ ଆୟୂଷୀ ପ୍ରଧାନ ରହିଛନ୍ତି । ୩୩୬ ସ୍ଥାନରେ ଓଡ଼ିଶାର ଉତ୍କର୍ଷ ତ୍ରିପାଠୀ ।

ୟୁପିଏସସି ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ ପାଇଁ ଗତ ବର୍ଷ ସେପ୍ଟେମ୍ବର ମାସରେ ଲିଖିତ ପରୀକ୍ଷା ଆୟୋଜିତ ହୋଇଥିଲା । ଏହାପରେ ଚଳିତ ବର୍ଷ ଜାନୁଆରୀ- ମେ ମାସ ମଧ୍ୟରେ ୨୫୨୯ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା । ଏହି ପରୀକ୍ଷାରେ ମୋଟ ୯୩୩ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଜେନେରାଲ ବର୍ଗର ୩୪୫ ଜଣ, ଇଡବ୍ଲ୍ୟୁଏସ ବର୍ଗର ୯୯ ଜଣ, ଓବିସି ବର୍ଗର ୨୬୩ ଜଣ, ଏସସି ବର୍ଗର ୧୫୪ ଜଣ ଓ ଏସଟି ବର୍ଗର ୭୨ ଜଣ ପ୍ରାର୍ଥୀ ରହିଛନ୍ତି ।

ଅଧିକ ଜାଣିବା ପାଇଁ ଲିଙ୍କ ଉପରେ କ୍ଲିକ୍‌ କରନ୍ତୁ :

https://www.upsc.gov.in/FR-CSM-22-engl-230523.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.