ଆମେରିକା ରାଷ୍ଟ୍ରପତି ବାଇଡେନଙ୍କୁ ସିକାଡା ପୋକ କଲା ଏମିତି ଆକ୍ରମଣ, ଦେଖି ଚକିତ ହୋଇଗଲେ ସୁରକ୍ଷାକର୍ମୀ, ଭାଇରଲ ହେଉଛି ଭିଡିଓ

ନିକଟରେ ଖବର ଆସିଥିଲା କି, ଆମେରିକାରେ ୧୭ ବର୍ଷ ପରେ ଏକ ଖାସ ପ୍ରକାରର କୀଟ ମାଟି ତଳୁ ବାହାରୁଛନ୍ତି। କିନ୍ତୁ ଏବେ ଏହି କୀଟ ଏକ ଖାସ କାରଣ ଯୋଗୁ ଚର୍ଚ୍ଚାକୁ ଆସିଛି। ଏହି କୀଟ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଥମ ବିଦେଶ ଯାତ୍ରାରେ ସମସ୍ୟା ସୃଷ୍ଟି କରିଥିଲା।

ଏକ ରିପୋର୍ଟ ମୁତାବକ, ବୁଧବାର ନିଜ ପ୍ରଥମ ବିଦେଶ ଯାତ୍ରା ପାଇଁ ରାଷ୍ଟ୍ରପତି ବାଇଡେନ Joint Base Andrews ପହଞ୍ଚିଥିଲେ। ସେଠାରେ ସେ ବାୟୁସେନା ଅଫିସରଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ଏକ ସିକାଡା କୀଟ ତାଙ୍କ ବେକ ଉପରେ ଆସି ବସିଯାଇଥିଲା। ସବୁ ସୁରକ୍ଷା ବଳୟ ଅତିକ୍ରମ କରି କୀଟ ବାଇଡେନଙ୍କ ପାଖରେ ପହଞ୍ଚି ଯାଇଥିଲା, ଯାହାକୁ ଆମେରିକା ରାଷ୍ଟ୍ରପତି ନିଜେ ହିଁ ହଟାଇଥିଲେ।

ଏହାପରେ ବାଇଡେନ କହିଥିଲେ କି, ସିକାଡା କୀଟ ପ୍ରତି ସାବଧାନ ରୁହନ୍ତୁ। ଏବେ ତ ଗୋଟିଏ ଆସି ମୋ ଉପରେ ବସି ଯାଇଥିଲା। ବାଇଡେନଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନାଥାଉ କି, ୱାଶିଙ୍ଗଟନ ଆମେରିକାର ସେହି ଅଞ୍ଚଳ ମଧ୍ୟରୁ ଗୋଟିଏ, ଯାହା ସିକାଡା କୀଟଙ୍କ ପ୍ରାଦୁର୍ଭାବ ଯୋଗୁ ପ୍ରଭାବିତ ହୋଇଛି। ଏହି କୀଟ ଧୀରେ ଧୀରେ ଆମେରିକାର ୧୫ ରାଜ୍ୟକୁ ନିଜ କବଳକୁ ନେଇଯାଇଛନ୍ତି। ସିକାଡା କୀଟ ଏହା ପୂର୍ବରୁ ବର୍ଷ ୨୦୦୪ରେ ଆମେରିକାରେ ଦେଖା ଦେଇଥିଲେ।

Leave A Reply

Your email address will not be published.