ହିମ ସ୍ଖଳନରେ ମୋଟ୍‌ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ଦିଆଗଲା ସୂଚନା, ଏବେବି ୩୦ ନିଖୋଜ

ଉତ୍ତରାଖଣ୍ଡ ଚାମୋଲିରେ ଭୟଙ୍କର ହିମସ୍ଖଳନରେ ୭ ଜଣଙ୍କ ପ୍ରାଣ ଯାଇଛି । ୬ ଜଣ ଆହତ ହୋଇଥିବା ବେଳେ ୧୭୦ ଜଣ ନିଖୋଜ ଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବି ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି । ୨୫ ଜଣଙ୍କୁ ଟନେଲ୍‌ରୁ ବାହାର କରାଯାଇଛି । ଆଶଙ୍କା କରାଯାଉଛି କି ଆହୁରି ୩୦ ଲୋକ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍‌କ୍ୟୁ ଅପରେସନ୍‌ ଜାରି ରହିଛି ।

ଏସଡିଆରଏଫ୍‌, ଏନଡିଆରଏଫ୍‌, ଆଇଟିବିପି ଓ ସେନା ଯବାନ ମୁତୟନ ହୋଇଛନ୍ତି । ଡେରାଡ଼ୁନ୍‌ରୁ ୫ଟି ଏନଡିଆରଏଫ୍‌ ଟିମ୍‌ ଘଟଣା ସ୍ଥଳକୁ ଯାଇଥିବା ବେଳେ ଆଉ ୩-୪ଟି ଟିମ୍‌କୁ ଦିଲ୍ଲୀରୁ ବିମାନ ଯୋଗେ ଉତ୍ତରାଖଣ୍ଡକୁ ଯାଇଛନ୍ତି । ୨୦୦ରୁ ଅଧିକ ଆଇଟିବିପି ଯବାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଆଜି ଡିଆରଡିଓ ଏକ୍ସପର୍ଟର ଏକ ଟିମ୍‌ ଉତ୍ତରାଖଣ୍ଡ ପହଞ୍ଚିବ ।

ଗତକାଲି ଗରଓ୍ଵାଲ ହିମାଳୟରେ ହଠାତ୍‌ ଗ୍ଲାସିୟର ଭାଙ୍ଗି ଭୟଙ୍କର ଗର୍ଜନ କରି ମାଡି ଆସିଥିଲା ପ୍ରଳୟଙ୍କରୀ ବନ୍ୟା । ଆକସ୍ମିକ ବନ୍ୟାରେ ଧୋଇଯାଇଥିଲା ଡ୍ୟାମ୍‌ । ମନଦୀର ପ୍ରବାହରେ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିଲା ଋଷି ଗଙ୍ଗା ଓ ଏନଟିପିସି ଶକ୍ତି ପ୍ରକଳ୍ପ । ନଦୀ ଅବବାହିକା ଅଞ୍ଚଳରେ ଥିବା ଲୋକଙ୍କୁ ତୁରନ୍ତ ଖାଲି କରାଯାଇଥିଲା । ଏହାପରେ ଋଷିକେଶ, ହରିଦ୍ୱାର ଓ ଶ୍ରୀନଗରକୁ ହାଇ ଆଲର୍ଟରେ ରଖାଯାଇଛି। ଅନ୍ୟପଟେ ଆକସ୍ମିକ ବନ୍ୟା ପରେ ଋଷିକେଶ ବୀରଭଦ୍ର ଡ୍ୟାମ୍‌କୁ ଖାଲି କରାଯାଇଛି ।

ଅନ୍ଯପଟେ ବେସରକାରୀ ଭାବେ ୧୦ଜଣଙ୍କ ପ୍ରାଣହାନୀ ହୋଇଥିବାବେଳେ ୧୫୦ରୁ ଅଧିକ ଲୋକେ ଏବେବି ନିଖୋଜ ଥିବା କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.