ମାର୍ଚ୍ଚ ଆରମ୍ଭରେ ୧୨-୧୪ ବର୍ଷ କିଶୋରଙ୍କୁ ଆରମ୍ଭ ହୋଇପାରେ ଟିକାକରଣ

କେନ୍ୟୁଜ୍(ବ୍ୟୁରୋ):  ପିଲାଙ୍କ ଟିକାରଣ ନେଇ ଆସିଲା ଆଉ ଏକ ଖୁସି ଖବର । ମାର୍ଚ୍ଚ ମାସରେ ଦେଶରେ ୧୨-୧୪ ବର୍ଷ ବର୍ଗଙ୍କୁ ଟିକାକରଣ ନେଇ ଯୋଜନା ରହିଛି । ଏନେଇ ସୂଚନା ଦେଇଛନ୍ତି ନ୍ୟାସନାଲ୍‌ ଟେକ୍ନିିକାଲ୍‌ ଆଡଭାଇଜରୀ ଗ୍ରୁପ୍‌ ବା NTAGI ଅଧ୍ୟକ୍ଷ ଡାକ୍ତର ଏନ. କେ. ଆରୋରା । ସେ କହିଛନ୍ତି, ଫେବ୍ରୁଆରୀ ମାସ ଶେଷ କିମ୍ବା ମାର୍ଚ୍ଚ ଆରମ୍ଭରେ ୧୨-୧୪ ବର୍ଷ କିଶୋରଙ୍କୁ ଆରମ୍ଭ ହୋଇପାରେ ଟିକାକରଣ । ଏବେ ଦେଶରେ ୧୫-୧୮ ବର୍ଷ ପିଲାଙ୍କୁ ଟିକାକରଣ ଚାଲିଛି ।

ଜାନୁଆରୀ ସୁଦ୍ଧା ସେମାନଙ୍କୁ ପ୍ରଥମ ଡୋଜ୍‌ ଦିଆଯିବ । ଫେବ୍ରୁଆରୀ ଶେଷ ସୁଦ୍ଧା ସେମାନଙ୍କୁ ଦ୍ୱିତୀୟ ଡୋଜ୍‌ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫-୧୮ ବର୍ଷ ବର୍ଗରେ ୭କୋଟିରୁ ଅଧିକ କିଶୋର କିଶୋରୀ ଅଛନ୍ତି । ଏହାପରେ ୧୨-୧୪ ବର୍ଷ ବର୍ଗରେ ଆରମ୍ଭ ହେବ ଟିକାକରଣ । ସେପଟେ ଦେଶରେ ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ଉପରେ ରହିଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୫୮ ହଜାର ୮୯ ଆକ୍ରାନ୍ତ । ଦେଶରେ ପଜିଟିଭିଟି ରେଟ୍‌ ଅଛି ୧୯.୬୫ ପ୍ରତିଶତ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.