ପାଣି ଘେରରେ ଭେନିସ, ଆଜି ମଧ୍ୟାହ୍ନରେ ଉଠିପାରେ ସବୁଠୁ ବଡ ଜୁଆର

ଆଜି ଇଟାଲୀର ଉତ୍ତର ଭାଗରେ ଅବସ୍ଥିତ ଭେନିସ ସହର ସବୁଠାରୁ ଅଧିକ ଉଚ୍ଚ ଜୁଆରର ସାମ୍ନା କରିବା ନେଇ ଦେଶର ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିନେଇ ସ୍ଥାନୀୟ ପ୍ରଶାସନ ମଧ୍ୟ ସଜାଗ ହୋଇ ରହିଛି । କିଛିଦିନ ତଳେ ଏକ କଦର୍ଯ୍ୟ ବନ୍ୟାର ଏହି ସହର ସାମ୍ନା କରିଥିବା ବେଳେ ଶୁକ୍ରବାର ଦିନ ଏକ ଉଚ୍ଚ ସ୍ତରର ଜୁଆର ଏହି ସହରକୁ ମାଡି ଆସିଥିଲା । ଏବେ ସୁଦ୍ଧା ସହରର ପ୍ରାୟ ୭୦ ଭାଗ ବନ୍ୟା ପାଣିରେ ବୁଡି ରହିଛି । ସ୍ଥାନୀୟ ଅଧିକାରୀଙ୍କ ଅନୁଯାୟୀ ଏହି ସହର ଭିତରକୁ ୧୫୪ ସେଣ୍ଟି ମିଟର ବା ୫.୦୫ ଫୁଟର ଏକ ଜୁଆର ଆସିଥିଲା । କିନ୍ତୁ ଏହାର ଠିକ ଦୁଇ ଦିନ ତଳେ ସହର ଭିତରକୁ ୧୮୭ ସେଣ୍ଟି ମିଟରର ଏକ ଜୁଆର ମାଡି ଆସିଥିଲା ।

venice

ତେଣୁ ଇଟାଲୀ ସରକାର ଗୁରୁବାର ଭାନିସ ସହର ପାଇଁ ଏକ ଆପାତକାଳୀନ ସ୍ଥିତିର ଘୋଷଣା କରିଛନ୍ତି । କ୍ଷୟ କ୍ଷତି ପୁରଣ ପାଇଁ ୨୦ ମିଲିୟନ ୟୁରୋ ବା ୨୨ ମିଲିୟନ ଡଲାରର ଏକ ଅର୍ଥ ରାଶି ଘୋଷଣା କରିଛନ୍ତି । ଶୁକ୍ରବାର ସ୍ଥାନୀୟ ପାଣିପାଗ ବିଭାଗ ଏହି ସପ୍ତାହର ଶେଷ ଭାଗରେ ୧୧୦ ସେଣ୍ଟି ମିଟର ରୁ ୧୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ଏକ ଜୁଆର ଆସିବାର ଭବିଷ୍ୟବାଣୀ କରିଥିଲେ | କିନ୍ତୁ ଆଜି ମଧ୍ୟାହ୍ନରେ ସାଢେ ପାଞ୍ଚ ଫୁଟ ପର୍ଯ୍ୟନ୍ତର ଏକ ଜୁଆର ଆସିବା ନେଇ ଆଶଙ୍କା କରାଯାଉଛି । ଯେବେକି ସାଧାରଣ ପରିସ୍ଥିତିରେ ୭୦ ରୁ ୮୦ ସେଣ୍ଟିମିଟରର ଜୁଆରକୁ ଉଚ୍ଚ ଜୁଆର କୁହାଯାଏ । ଏହି ସହରର କେନ୍ଦ୍ର ସ୍ଥଳରେ ଥିବା ସେଣ୍ଟ ମାର୍କ ସ୍କ୍ୱାୟର ସ୍ଥାନଟି ଜଳ ମଗ୍ନ ଥିବାରୁ ଏହାକୁ ପର୍ଯ୍ୟଟକ ମାନଙ୍କ ପାଇଁ ସମ୍ପୂର୍ଣ ରୂପେ ବନ୍ଦ କରାଯାଇଛି ।

venice

ଏହା ସହ ପଢନ୍ତୁ; ଆତଙ୍କବାଦୀଙ୍କ ଘୃଣ୍ୟ କାମ, ସ୍ୱାମୀଙ୍କ ରକ୍ତକୁ ଭାତରେ ଗୋଳାଇ ପତ୍ନୀଙ୍କୁ ଖାଇବାକୁ ଦେଉଥିଲେ

ଦିନ କୁ ଦିନ ବଢୁଥିବା ଏହି ପ୍ରାକୃତିକ ଦୁର୍ବିପାକ ଗୁଡିକର ସଂଖ୍ୟା ପାଇଁ ପରିବର୍ତ୍ତିତ ଜଳବାୟୁକୁ ହିଁ ଦାୟୀ କରାଯାଇଛି । କୁହାଯାଉଛିକି ସମୁଦ୍ରର ସ୍ତର ଗୋଟିଏ ଶତାବ୍ଦୀ ଭିତରେ ପ୍ରାୟ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବଢି ଯାଇଛି । ବୈଜ୍ଞାନିକ ମାନେ ଅନୁମାନ କରିଛନ୍ତିକି ୨୦୫୦ ମସିହା ସୁଦ୍ଧା ସମୁଦ୍ର ଭିତରେ ଅନେକ ଭୁଭାଗ ଲୀନ ହୋଇଯିବ । ୨୧ ୦୦ ମସିହା ବେଳକୁ ଏହି ସଂଖ୍ୟା ୬୩ କୋଟି ଲୋକ ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି । ଆଉ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ଏସିଆ ମହାଦେଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.