ଜାତି ଗତ ପ୍ରମାଣ ପତ୍ରକୁ ନେଇ ତେଜିଲା ବିବାଦ, ଓ୍ଵାଙ୍ଖଡେଙ୍କ ଘରେ ପହଁଚିଲେ ଏସ୍‌ସି କମିଶନ ଉପାଧ୍ୟକ୍ଷ

ମୁମ୍ବାଇ(କେ ନ୍ୟୁଜ): ସମୀର ଓ୍ଵାଙ୍ଖଡେଙ୍କ ବାସଭବନରେ ପହଁଚିଲେ ଜାତୀୟ ଅନୁସୂଚିତ ଜାତି କମିଶନ। ଏସ୍‌ସି କମିଶନ ଉପାଧ୍ୟକ୍ଷ ଅରୁଣ ହାଲଦାର ଓ୍ଵାଙ୍ଖଡେଙ୍କ ଘରକୁ ଆସି କିଛି ମୂଳ ଡକ୍ୟୁମେଣ୍ଟ ଯାଞ୍ଚ କରିଛନ୍ତି । ମିଛ ଜାତିଗତ ପ୍ରମାଣପତ୍ର ଦେଇ ସମୀର ଓ୍ଵାଙ୍ଖଡେ ଚାକିରି ପାଇଥିବା ଅଭିଯୋଗ କରିଥିଲେ ମହାରାଷ୍ଟ୍ର କ୍ୟାବିନେଟ୍‌ ମନ୍ତ୍ରୀ ନଓ୍ଵାବ ମଲିକ । ଏହାକୁ ନେଇ ଏସସି କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ଓ୍ଵାଙ୍ଖଡେ। ଏସସି କମିଶନରେ ଦସ୍ତାବିଜ୍‌ ଦାଖଲ କରିଥିଲେ । ଆଜି ଓ୍ଵାଙ୍ଖଡେଙ୍କ ଘରକୁ ଆସି ମୂଳ ଦସ୍ତାବିଜ୍‌ ଯାଞ୍ଚ କରିବା ସହ ଆଲୋଚନା କରିଛନ୍ତି ଏସସି କମିଶନ ଉପାଧ୍ୟକ୍ଷ ।

ଏବେ ଅଭିଯୋଗ କରିଥିବା ଲୋକଙ୍କ ବିରୋଧରେ ତଦନ୍ତ ହେବ ବୋଲି କହିଛନ୍ତି ଓ୍ଵାଙ୍ଖଡେଙ୍କ ପତ୍ନୀ କ୍ରାନ୍ତି ରେଡକର । ସେପଟେ କେନ୍ଦ୍ର ମନ୍ତ୍ରୀ ରାମଦାସ ଅଠାୱଲେଙ୍କୁ ଭେଟି ନ୍ୟାୟ ମାଗିଛି ୱାଙ୍ଖଡେଙ୍କ ପରିବାର । ସମୀରଙ୍କ ବାପା ଦ୍ୟାନଦେଓ ୱାଙ୍ଖଡେ ଓ ପତ୍ନୀ କ୍ରାନ୍ତି ରେଡକର ତାଙ୍କୁ ଭେଟି ଆଲୋଚନା କରିଥିଲେ । ସମୀର ଓ ତାଙ୍କ ପରିବାରର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବାରୁ ନୱାବ ମଲ୍ଲିକ କ୍ଷାନ୍ତ ରୁହନ୍ତୁ ବୋଲି କହିଛନ୍ତି ଅଠଓ୍ଵାଲେ । ସେହିଭଳି ସମୀର ଓ ତାଙ୍କ ପରିବାର ସହ ଆରପିଆଇ ରହିଛି ଓ ସମର୍ଥନ ଦେବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.