ପୁଟିନଙ୍କ ଭିଡିଓକୁ ନେଇ ଚର୍ଚ୍ଚା, ଛିଡା ହେବା ବେଳେ ଥରି ଯାଉଛି ରୁଷ୍ ରାଷ୍ଟ୍ରପତିଙ୍କ ଗୋଡ

ନୂଆଦିଲ୍ଲୀ : ଭଲ ନାହିଁ ପୁଟିନଙ୍କ ସ୍ୱାସ୍ଥ୍ୟ । ଛିଡା ହେବା ବେଳେ ଥରି ଯାଉଛି ରୁଷ୍ ରାଷ୍ଟ୍ରପତିଙ୍କ ଗୋଡ । ଠିକ୍‌ ଭାବେ ଠିଆ ହୋଇ ପାରୁ ନାହାଁନ୍ତି । ପୁଟିନଙ୍କ ଏପରି ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓଟି ପୋଷ୍ଟ କରିଛି ନ୍ୟୁୟର୍କ ପୋଷ୍ଟ । କ୍ରେମଲିନ୍ର ଏକ ପୁରସ୍କାର ପ୍ରଦାନ ଉତ୍ସବରେ ପୁଟିନ୍ ଆଗକୁ ଓ ପଛକୁ ଝୁଙ୍କୁ ପଡୁଥିବା ଭିଡିଓରେ ଦେଖାଯାଉଛି ।

ପୋଡିୟମ୍ ନିକଟରେ ଠିଆ ହୋଇଥିବା ବେଳେ ପୁଟିନ୍ଙ୍କ ଗୋଡ଼ ମଧ୍ୟ ଥରୁଥିବା ଦେଖାଯାଉଛି । ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଦୀର୍ଘ ସମୟ ଧରି ସର୍ବସାଧାରଣ ସ୍ଥାନରେ ନରହିବାକୁ ପୁଟିନଙ୍କୁ ଡାକ୍ତର ପରାମର୍ଶ ଦେଇଥିବା କହିଛି ନ୍ୟୁୟର୍କ ପୋଷ୍ଟ । ୟୁକ୍ରେନ୍ ଆକ୍ରମଣ ଆରମ୍ଭ କରିବା ସମୟରୁ ହିଁ ପୁଟିନ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ସମଗ୍ର ବିଶ୍ଵର ନଜର ରହିଛି ।

ସେ କ୍ୟାନ୍ସରରେ ପୀଡିତ । ଆଉ ୨ରୁ ୩ ବର୍ଷ ବଞ୍ଚିବେ ୬୯ ବର୍ଷୀୟ ରୁଷ୍ ରାଷ୍ଟ୍ରପତି। କ୍ୟାନସର ପ୍ରଭାବରେ ତାଙ୍କ ଦୃଷ୍ଟିଶକ୍ତି ବି ହ୍ରାସ ପାଉଛି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.