ଏବେ ପଇସା ଉଠାଇବା ପାଇଁ ଯିବାକୁ ପଡ଼ିବନି ବ୍ୟାଙ୍କ, ଘରେ ବସି ମାଇକ୍ରୋ ଏଟିଏମରୁ ବାହାର କରିପାରିବେ ଟଙ୍କା

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଲକଡାଉନ ସମୟରେ ଲୋକେ ଯେପରି ପଇସାକୁ ନେଇ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ଜିଲ୍ଲା ଅଧିକାରୀ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଏମ ଅଜୟ ଶଙ୍କର ପାଣ୍ଡେ ଡାକ କର୍ମଚାରୀମାନଙ୍କୁ ମାଇକ୍ରୋ ଏଟିଏମ ସହିତ ଗାଁକୁ ଯିବା ପାଇଁ ଆଦେଶ ଦେଇଛନ୍ତି।

8

ଗାଁର ଯେଉଁ ଲୋକଙ୍କ ଖାତାକୁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ତରଫରୁ ସହାୟତା ରାଶି ସିଧା ଆସୁଛି, ସେମାନେ ଏହି ମାଇକ୍ରୋ ଏଟିଏମ ଜରିଆରେ ନିଜ ପଇସା ଉଠାଇପାରିବେ। କରୋନା ଭାଇରସ ଯୋଗୁ ଲୋକଙ୍କୁ ସୋସିଆଲ ଡିସଷ୍ଟାନସିଂ ପାଳନ କରିବାକୁ ଅପିଲ କରାଯାଉଛି।

ଡିଏମ କହିଛନ୍ତି, ଗାଁର ସବୁ ଲୋକଙ୍କୁ ଏ ନେଇ ସୂଚନା ଦିଆଯାଉଛି କି, ପଇସା ମାଇକ୍ରୋ ଏଟିଏମ ଜରିଆରେ ଗାଁରେ ହିଁ ମିଳିବ। ଗାଁରେ ବ୍ୟାଙ୍କ ଆକାଉଣ୍ଟରୁ ପଇସା ବାହାର କରିବା ପାଇଁ ଆଧାର ସହ ଆକାଉଣ୍ଟ ଲିଙ୍କ ହେବା ବହୁତ ଜରୁରୀ। ନିଜର ଆଧାର କାର୍ଡ ଏବଂ ମୋବାଇଲ ଫୋନ, ଯେଉଁଥିରେ OTP ଆସିବ ସାଙ୍ଗରେ ନିଶ୍ଚୟ ଆଣନ୍ତୁ।

10

ସେଠି ମାଇକ୍ରୋ ଏଟିଏମରୁ ପଇସା ବାହାର କରିବା ସମୟରେ ଗ୍ରାମ ପ୍ରଧାନ ଓ ସଚିବ ନିଶ୍ଚିତ ଭାବେ ଉପସ୍ଥିତ ରହିବେ। ଏହି ସମୟରେ ସୋସିଆଲ ଡିସଷ୍ଟାନସିଂ ବଜାୟ ରଖିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.