ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା : ୭୦୦ମିଟର ଖାଲରେ ପଡିଲା ପର୍ଯ୍ୟଟକଙ୍କ କାର ୨ ମୃତ ୩ ଆହତ

ଉତ୍ତରାଖଣ୍ଡର କୋର୍ଟଦ୍ୱାର ପୌଡି ଜାତୀୟ ରାଜପଥର ଗୁମଖାଲ ନିକଟରେ ପର‌୍ୟ୍ୟଟକଙ୍କ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହେବା ସହିତ ୩ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଲେନ୍ସଡୌନ ପୋଲିସ ସ୍ଥାନୀୟ ଲୋକମାନଙ୍କ ସାହାର‌୍ୟ୍ୟରେ ଉଦ୍ଧାର କରି କୋର୍ଟଦ୍ୱାର ହସ୍ପିଟାଲରେ ଭର୍ତ୍ତି କରିବା ସହ ଆହତ ମାନଙ୍କର ଚିକିତ୍ସା କରୁଛି । ଦୁର୍ଘଟଣାରେ କାରଟି ଖଣ୍ଡ ବିଖଣ୍ଡିତ ହୋଇଯାଇଛି। ଏହି ଦୁର୍ଘଟଣାର ଖବର ମୃତକ ଓ ଆହତ ମାନଙ୍କ ପରିବାରକୁ ଦିଆଯାଇଛି ।

ଆହୁରି ପଢନ୍ତୁ ଶିକ୍ଷାର ମାନ ବଢାଇବା ପାଇଁ ନିଆରା ଉଦ୍ୟମ, ଫୁଲ ଗଛ ବିକି ଅତିଥି…

ସୂଚନା ଅନୁଯାୟୀ ହରିୟାଣାର ୩ଜଣ ଯୁବକ ଓ ୨ଜଣ ଯୁବତୀ ଶୁକ୍ରବାର ନିଜ କାରରେ ଲେନ୍ସଡୌନ ବୁଲିବା ପାଇଁ ଆସିଥିଲେ । ରାତ୍ରି ସମୟରେ ପର୍ଯ୍ୟଟକମାନେ ଜୟହରିଖାଲ ନିକଟସ୍ଥ ଏକ ହୋଟେଲରେ ବିଶ୍ରାମ ନେଇଥିଲେ ଏବଂ ସକାଳୁ ପୌଡି ଯାତ୍ରା ନିମନ୍ତେ ବାହାରିଥିଲେ । ଦିନ ପାଖାପାଖି ୧୨ଟା ସମୟରେ ଗୁମଖାଲ ନିକଟରେ ସେମାନଙ୍କ କାର ନିୟନ୍ତ୍ରଣାଧିନ ହୋଇ ୭୦୦ମିଟର ଏକ ଗଭୀର ଖାଲରେ ଖସି ପଡିଥିଲା । ଚିତ୍କାର ଶୁଣି ଆଖପାଖ ଲୋକ ପହଁଚି ପୋଲିସ୍ କୁ ଖବର ଦେଇଥିଲେ ।

ଆହୁରି ପଢନ୍ତୁ କୋହଲିଙ୍କୁ ଏପରି କଲେ ଆଶୀର୍ବାଦ, ଯେ ଏବେ ବନିବେ ପରବର୍ତ୍ତୀ…

ଘଟଣାସ୍ଥଳରେ ଆଦିତ୍ୟ (୨୬) ଓ ମାନବ (୨୬)ଙ୍କର ମୃତ୍ୟୁ ହେବା ସହିତ ଅନ୍ୟ ୩ ଜଣ ଗଭୀର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.