Below header

ରୁଷର ପୂର୍ବ କାମଚଟକାରେ ଜ୍ୱାଳାମୁଖୀ ବିସ୍ଫୋରଣ, ୨୦ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଆକାଶରେ ଧୂଆଁ

ନିଶ୍ୱାସ ନେବା ବେଳେ ଟାଓ୍ଵାଲର ସହାୟତା ନେବାକୁ ସତର୍କ କରାଯାଇଛି । ରୁଷିଆ ଏକାଡେମୀ ଅଫ ସାଇନ୍ସର ରିପୋର୍ଟ ଅନୁସାରେ ଗତ ୧୦ ହଜାର ବର୍ଷରେ ମାତ୍ର ୬୦ ଥର ଜ୍ୱଳାମୁଖୀ ବିସ୍ଫୋରଣ ହୋଇଛି । ଜ୍ୱଳାମୁଖୀ ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ୮. ୫ ଇଞ୍ଚର ଭସ୍ମ ଜମିଛି ।

କେନ୍ୟୁଜ୍(ବ୍ୟୁରୋ): ଭୟଙ୍କର ଦୃଶ୍ୟ । ରୁଷର ପୂର୍ବ କାମଚଟକାରେ ଜ୍ୱାଳାମୁଖୀ ବିସ୍ଫୋରଣ । ୨୦ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଆକାଶରେ ଧୂଆଁ । ଶିଭେଲଚ୍ୟୁ ନାମରେ ନାମିତ ଏହି ଜ୍ୱାଳାମୁଖୀ ବିସ୍ଫୋରଣ ପରେ କାମଚଟକା ଅଞ୍ଚଳରେ ହଇଚଇ । କିଛି ସମୟ ପାଇଁ ବନ୍ଦ ହୋଇଛି ଏୟାର ଟ୍ରାଫିକ । ପ୍ରଭାବିତ ହୋଇଛି ବିମାନ ସେବା । ଜ୍ୱଳାମୁଖୀ ବିସ୍ଫୋରଣ ପରେ ଏହାର ଲାଭା ପଶ୍ଚିମରେ ୪୦୦ ଓ ଦକ୍ଷିଣରେ ୨୭୦ କିଲୋମିଟର ପର୍ଯ୍ୟନ୍ତ ପଡିବାର ଆଶଙ୍କା ରହିଛି । ଜ୍ୱଳାମୁଖୀର ଧୂଆଁ ଏକ ଲକ୍ଷ ୮ ହଜାର ସ୍କେୟାର କିମି ପର୍ଯ୍ୟନ୍ତ ମାଡି ଚାଲିଛି । ବିସ୍ଫୋରଣର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଜ୍ୱାଳାମୁଖୀର ପ୍ରକୋପରୁ ଲୋକଙ୍କୁ ବଞ୍ଚାଇବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ଛଅ ହଜାର କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳର ସମସ୍ତ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।

ନିଶ୍ୱାସ ନେବା ବେଳେ ଟାଓ୍ଵାଲର ସହାୟତା ନେବାକୁ ସତର୍କ କରାଯାଇଛି । ରୁଷିଆ ଏକାଡେମୀ ଅଫ ସାଇନ୍ସର ରିପୋର୍ଟ ଅନୁସାରେ ଗତ ୧୦ ହଜାର ବର୍ଷରେ ମାତ୍ର ୬୦ ଥର ଜ୍ୱଳାମୁଖୀ ବିସ୍ଫୋରଣ ହୋଇଛି । ଜ୍ୱଳାମୁଖୀ ବିସ୍ଫୋରଣ ପରେ ଆଖପାଖ ଅଞ୍ଚଳରେ ୮. ୫ ଇଞ୍ଚର ଭସ୍ମ ଜମିଛି । ପୂର୍ବରୁ ୨୦୦୭ ମସିହାରେ ଜ୍ୱଳାମୁଖୀ ବିସ୍ଫୋରଣ ହୋଇଥିଲା । ଏହାର ଉଚ୍ଚତା ୨୮୦୦ ମିଟର ଥିଲା । କାମଚଟକା ଜିଓଲୋଜିକାଲ ସର୍ଭେ ଅନୁସାରେ ବର୍ଷେ ପୂର୍ବରୁ ଜ୍ୱଳାମୁଖୀ ବିସ୍ଫୋରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ଏପଟେ ଦକ୍ଷିଣ ବେଲାରୁଷରେ ବନ୍ୟାର ପ୍ରକପ । ଡ୍ର୍ୟାମ ଭାଙ୍ଗିବାରୁ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ଡିନେପର ନଦୀର ଜଳସ୍ତର ବଢିବାରୁ ବଡ ବଡ ଘରେ ପାଣି ପସିଛି । ଚାରିଆଡେ ଖାଲି ପାଣି ଆଉ ପାଣି । ଧିରେ ଧିରେ ଜଳସ୍ତର ବଢିବାରେ ଲାଗିଛି । ଗୋମେଲର ତଳୁଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଜଳସ୍ତର ବଢୁଥବାରୁ ପ୍ରଶାସନର ଚିନ୍ତା ବଢିଛି । ବଡ ବଡ ମଟରରେ ପାଣି ବାହାର କରାଯାଉଛି । ବନ୍ୟା ପୀଡିତଙ୍କୁ ରିଲିଫ ସେଣ୍ଟରରେ ରଖାଯାଇଛି । ଘଟଣା ଉପରେ ପ୍ରଶାସନ ନଜର ରଖିଛି । ଦୁଇ ଦଇଟି ପ୍ରାକୃତିକ ବିପର୍ଯ୍ୟୟ । ରୁଷରେ ଅଗ୍ନୀଉଦଗୀରଣ ବେଳେ ବେଲାରୁଷରେ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକ ଆଶା ଆଶଙ୍କାରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.