Below header

ଫୁଲବାଣୀରେ ତୃତୀୟ ଜିଲ୍ଲା ପରିଷଦ ଓ ଦିଶା ବୈଠକ ଅନୁଷ୍ଠିତ, ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଡ. ଅଚ୍ୟୁତ ସାମନ୍ତ

ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ,ସଦସ୍ୟା ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଥିଲେ । ଏଥିରେ ସମସ୍ତ ବିଭାଗରେ ସମସ୍ୟା ସଂପର୍କରେ ଆଲୋଚନା ହୋଇ ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା

କେନ୍ୟୁଜ୍(ବ୍ୟୁରୋ):ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତୃତୀୟ ଜିଲ୍ଲା ପରିଷଦ ଓ ଦିଶା ବୈଠକ ଅନୁଷ୍ଠିତ ହୋଇଛି । ଏହି ଅବସରରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେହିପରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜି ଉଦୟଗିରୀ ବିଧାୟକ ସାଲୁଗା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ସମସ୍ତ ଜିଲ୍ଲାପରିଷଦ ସଦସ୍ୟ ,ସଦସ୍ୟା ଓ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଥିଲେ । ଏଥିରେ ସମସ୍ତ ବିଭାଗରେ ସମସ୍ୟା ସଂପର୍କରେ ଆଲୋଚନା ହୋଇ ସମାଧାନ ପାଇଁ ପ୍ରସ୍ତାବ ଦିଆଯାଇଥିଲା । ସେହିପରି ଦିଶା ବୈଠକରେ ଶିକ୍ଷା, ରାସ୍ତାଘାଟ, ପାନୀୟଜଳ, ସ୍କିଲ ଡେଭେଲପମେଣ୍ଟ ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ବିଷୟରେ ଆଲୋଚନା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.