ଉତ୍ତରକୋରିଆର ଅଜବ ନିୟମ, ପିଲା ହଲିଉଡ ଫିଲ୍ମ ଦେଖିଲେ ମିଳିବ ଜେଲ ଦଣ୍ଡ

ଉତ୍ତରକୋରିଆରେ ହଲିଉଡ ଫିଲ୍ମ ଦେଖିଲେ ମିଳିବ ଜେଲ ଦଣ୍ଡ । କୌଣସି ପିଲା ହଲିଉଡ ଫିଲ୍ମ କିମ୍ବା ଟିଭି କାର୍ଯ୍ୟକ୍ରମ ଦେଖିବା ବେଳେ ଧରାପଡିଲେ ମିଳିବ ୫ ବର୍ଷ ଜେଲଦଣ୍ଡ ।

ଉତ୍ତରକୋରିଆରେ ଅଜବ ନିୟମ । ଉତ୍ତରକୋରିଆ ସରକାର ଆଣିଛନ୍ତି ଏଭଳି ଅଜବ ନିୟମ, ଯାହା ବିଷୟରେ ଜାଣିଲେ ମୁଣ୍ଡ ନିଶ୍ଚିତ ଟିଣ ହୋଇଯିବ । ଉତ୍ତରକୋରିଆରେ ହଲିଉଡ ଫିଲ୍ମ ଦେଖିଲେ ମିଳିବ ଜେଲ ଦଣ୍ଡ । ଅଜବ ଅଜବ ନିୟମ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ଉତ୍ତର କୋରିଆ । ଏବେ ଯଦି କୌଣସି ପିଲା ହଲିଉଡ ଫିଲ୍ମ କିମ୍ବା ଟିଭି କାର୍ଯ୍ୟକ୍ରମ ଦେଖିଲା ବେଳେ ଧରାପଡେ ତେବେ ପିଲାକୁ ୫ବର୍ଷ ଜେଲଦଣ୍ଡ ହେବ । ଏହା ସହ ପିଲାର ପିତାମାତାଙ୍କୁ ଲେବର କ୍ୟାମ୍ପରେ ୬ମାସ କାମ କରିବାକୁ ହେବ ।

କେବଳ ହଲିଉଡ ଫିଲ୍ମ ନୁହେଁ ସାଉଥ କୋରିଆର ଫିଲ୍ମ ଦେଖିଲେ ମିଳିବ କଡ଼ା ଦଣ୍ଡ । ପୂର୍ବରୁ ହଲିଉଡ ଫିଲ୍ମ ଦେଖି ଧରାପଡିଥିବା କିଛି ପିଲାଙ୍କୁ ୫ବର୍ଷର ଜେଲ ଦଣ୍ଡ ମିଳିସାରିଛି । ଏବେ ଅଭିଭାବକଙ୍କୁ ଏନେଇ କଡ଼ା ଚେତାବନୀ ଦିଆଯାଇଛି । କେବଳ ସିନେମାପ୍ରେମୀ ନୁହଁନ୍ତି କଳାପ୍ରେମୀଙ୍କୁ ବି ଚେତାବନୀ ଦିଆଯାଇଛି ।

ସାଉଥ କୋରିଆର ଲୋକଙ୍କ ଭଳି ନୃତ୍ୟଗୀତ ପ୍ରଦର୍ଶନ କଲେ ପିଲାଙ୍କ ସମେତ ପିତାମାତାଙ୍କୁ ୬ମାସର ଜେଲଦଣ୍ଡ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.