ରାସ୍ତାରେ ହଠାତ୍‌ ମାଡିଆସିଲା ସୁନାମୀ ଭଳି ପାଣି, ପାଣିରେ ଭାସିଗଲେ ସ୍କୁଟି ଚାଳକ

ଫାଟିଗଲା ରାସ୍ତା, ମାଡିଆସିଲା ସୁନାମୀ ଭଳି ପାଣି । ପାଣିର ପ୍ରଖର ସୁଅରେ ଭାସିଗଲେ ସ୍କୁଟି ଚାଳକ । ମହାରାଷ୍ଟ୍ରର ୟବତମାଲରେ ପାଣି ପାଇପ ଫାଟିଯିବାରୁ ଏଭଳି ଘଟିଛି । ଭିଡିଓ ଭାଇରଲ

ଫାଟିଗଲା ରାସ୍ତା, ମାଡିଆସିଲା ପାଣି । ପାଣିର ପ୍ରଖର ସୁଅରେ ଭାସିଗଲେ ସ୍କୁଟି ଚାଳକ । ଏମିତି ଆଶ୍ଚର୍ଯ୍ୟକର ଭିଡିଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ଯେଉଁଠି ରାସ୍ତା ଫାଟି ପାଣି ସୁନାମୀ ହୋଇ ମାଡି ଆସିଛି । ଯାହାର ଫୁଟେଜ ସିସିଟିଭିରେ କଏଦ ହୋଇଛି । ପାଣି ପାଇପ ଫାଟିଯିବାରୁ ଏଭଳି ଘଟିଛି। ଆଉ ଏହି ପାଣିରେ ଜଣେ ମହିଳା ସ୍କୁଟି ଚାଳକ ଆହତ ହୋଇଛନ୍ତି ।

ମହାରାଷ୍ଟ୍ରର ୟବତମାଲରେ ହଠାତ ରାସ୍ତା ଫାଟି ସୁନାମୀ ମାଡି ଆସିବା ଭଳି ପାଣି ବାହାରିଥିଲା । ରାସ୍ତା ଭିତରେ ତଳେ ଥିବା ପାଇପ ଲାଇନ ଫାଟିଯିବାରୁ ପାଣି ମାଡି ଆସିଥିଲା । ଆଉ ଏହି ବାଟ ଦେଇ ଯାଉଥିବା ଜଣେ ମହିଳା ନିଜ ଗାଡି ସହିତ ଆହତ ହୋଇଥିଲେ । ହାଉସିଂ ସୋସାଇଟ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସିସି ଟିଭିରେ କଏଦ ହୋଇଛି ।

ଭିଡିଓରେ ଦେଖିବାକୁ ମିଳିଛି, କିଭଳି ରାସ୍ତା ଫାଟି ପାଣି ବାହାରୁଛି । ହାଇସ୍ପିଡରେ ପାଣି ବାହାରୁଥିବା ବେଳେ ସ୍କୁଟିରେ ଯାଉଥିବା ଜଣେ ଯୁବତୀ ଆହତ ହୋଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଯୁବତୀ ଜଣକ ପାଣି ହଠାତ୍‌ ବାହାରି ଆସିବାରୁ ଯୁବତୀ ଜଣକ ଫସିଯାଇଥିଲେ ।

ଦେଖନ୍ତୁ ଭିଡିଓ :

ଭିଡିଓରେ ରାସ୍ତା ଖଣ୍ଡ ଖଣ୍ଡ ହୋଇଯାଇଥିଲା । ଆଉ ପାଣି ବାହାରି ଆସିଥିଲା । ସ୍କୁଟିରେ ଯାଉଥିବା ମହିଳାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୨୦ରେ ପଶ୍ଚିମ ଉତ୍ତର ପ୍ରଦେଶର ବରେଲୀରେ ଏମିତି ଏକ ଘଟଣା ଘଟିଥିଲା । ଯେଉଁଠି ଛାତରେ ଲାଗିଥିବା ପାଇପଲାଇନ ହଠାତ୍‌ ଫାଟିଯିବାରୁ ହସପିଟାଲର କୋଭିଡ ଓ୍ଵାର୍ଡରେ ପାଣି ଫୁଲ୍‌ ହୋଇଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.