Below header

ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ରହସ୍ୟ, ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର କାଲି ଆସିବ ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ

ଏଯାଏଁ ଚିନ୍ମୟୀଙ୍କ ପରିବାର ଲୋକଙ୍କ ସମେତ ୩୧ ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରାଯାଛି । ଗତକାଲି ଭିସୁଟ୍‌ର ୭ଜଣ ଛାତ୍ର, ବୁର୍ଲାରେ ଥିବା ସମଲେଶ୍ୱରୀ ଢାବା ମାଲିକ, ଢାବା େଓ୍ଵଟର, କଫି ସପ୍‌ ମାଲିକଙ୍କୁ ପଚରାଉଚରା କରିଛି ବୁର୍ଲା ପୋଲିସ । ଭିସୁଟ୍‌ ଡିନ୍‌ଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

କେନ୍ୟୁଜ୍(ବ୍ୟୁରୋ): ଖୋଲିବ ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ରହସ୍ୟ । ଡେଥ୍‌ ସସପେନ୍ସ ଉପରୁ ପରଦା ହଟାଇବାକୁ ତଦନ୍ତକୁ ଜୋରଦାର କରିଛି ବୁର୍ଲା ପୋଲିସ । ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସର ୩ଟି ଟିମ୍‌ । ଏଯାଏଁ ଚିନ୍ମୟୀଙ୍କ ପରିବାର ଲୋକଙ୍କ ସମେତ ୩୧ ଜଣଙ୍କୁ ପଚରାଉଚରା କରିବା ସହ ବୟାନ ରେକର୍ଡ କରାଯାଛି । ଗତକାଲି ଭିସୁଟ୍‌ର ୭ଜଣ ଛାତ୍ର, ବୁର୍ଲାରେ ଥିବା ସମଲେଶ୍ୱରୀ ଢାବା ମାଲିକ, ଢାବା େଓ୍ଵଟର, କଫି ସପ୍‌ ମାଲିକଙ୍କୁ ପଚରାଉଚରା କରିଛି ବୁର୍ଲା ପୋଲିସ । ଭିସୁଟ୍‌ ଡିନ୍‌ଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

ଢାବାର ସିସିଟିଭି ଫୁଟେଜ୍‌ ଯାଞ୍ଚ କରୁଛି ପୋଲିସ । ୨୮ ତାରିଖ ଦିନ ଭିସୁଟ୍‌ ସମାବର୍ତ୍ତନ ଉତ୍ସବ ସରିବା ପରେ ଚିନ୍ମୟୀ ଓ ପୁରୁଷବନ୍ଧୁ ପ୍ରୀତିମାନ ସମଲେଶ୍ୱରୀ ଢାବାକୁ ଯାଇଥିଲେ । ସେଠାରେ ୫ଟାରୁ ୬ଟା ଯାଏ ସେଠାରେ ଥିଲେ ଚିନ୍ମୟୀ, ପ୍ରୀତିମାନ ଓ ମାନସ । ତାପରେ ମାନସ ରହୁଥିବା ଭଡ଼ା ଘରକୁ ଯାଇଥିଲେ । ସେଠାରେ ଘଣ୍ଟାଏ ୪୦ ମିନିଟ୍‌ ରହିଥିଲେ । ତାପରେ ଆସିଥିଲେ କଫି ସପ୍‌ । ଡବଲ ଷ୍ଟ୍ରଙ୍ଗ କଫି ପିଇଥିଲେ । ତାପରେ ଯାଇଥିଲେ ପିସି ବ୍ରିଜ୍‌ । ରାତି ୯ଟା ୧୫ରୁ ସାଢ଼େ ୯ଟା ମଧ୍ୟରେ ଚିନ୍ମୟୀଙ୍କ ମୃତ୍ୟୁ ହୋଇଥିଲା । କାଲି ଆସିବ ଡାଇଟମ୍‌ ରିପୋର୍ଟ । ଏଥିରୁ ଜଣାପଡ଼ିବ ପାଣିରେ ବୁଡ଼ି ନା ଆଉ କେଉଁ କାରଣରୁ ମୃତ୍ୟୁ ହୋଇଛି ।

ସେହିପରି ପୁରୁଷ ବନ୍ଧୁ ପ୍ରୀତିମାନ ଓ ମାନସଙ୍କର ଆସନ୍ତାକାଲି ଆସିବ ଲାଏ ଡିଟେକସନ୍‌ ଟେଷ୍ଟ ରିପୋର୍ଟ । ସେମାନଙ୍କର କଥାରେ ତାଳମେଳ ରହୁ ନଥିବାରୁ ଗତକାଲି ଭୁବନେଶ୍ୱର ଏସଏଫଏସଏଲରେ ସତ ମିଛ ପରୀକ୍ଷା କରାଇଛି ପୋଲିସ । ଚିନ୍ମୟୀଙ୍କ ମୃତ୍ୟୁକୁ ୫ ଦିନ ବିତିଲାଣି । ତଥାପି ଜଣାପଡିନି ଏହା ଆତ୍ମହତ୍ୟା ନା ହତ୍ୟା । ସବୁ ରିପୋର୍ଟର ଅନୁଧ୍ୟାନ ପରେ ତଦନ୍ତର ଏକ ନିଷ୍କର୍ଷରେ ପହଞ୍ଚିବ ବୁର୍ଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.