ମହିଳା ପ୍ରିମିୟର ଲିଗ୍‌ ସୁପରସଣ୍ଡେରେ ଦୁଇଟି ମ୍ୟାଚ; ରୟାଲ ଚ୍ୟାଲେଞ୍ଜର୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୟୁପି ଓ୍ଵାରିଅର୍ସ ବନାମ ଗୁଜରାଟ ଜିଆଣ୍ଟସ

WPL 2023 : ସୁପରସଣ୍ଡେରେ ଦୁଇଟି ମ୍ୟାଚ, ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ ୟୁପି ଓ୍ଵାରିଅର୍ସ ଏବଂ ଗୁଜରାଟ ଜିଆଣ୍ଟସ ମଧ୍ୟରେ ହେବ ।

ମହିଳା ପ୍ରିମିୟର ଲିଗ୍‌ ମାର୍ଚ୍ଚ ୪ ତାରିଖରୁ ଆରମ୍ଭ ହୋଇଯାଇଛି । ଆଉ ଆଜି ସୁପରସଣ୍ଡେରେ ଟୁର୍ଣ୍ଣାମେଣ୍ଟର ୨ଟି ମ୍ୟାଚ୍‌ ରହିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନର ଦୁଇଟି ମ୍ୟାଚ୍‌ ଆଜି ଖେଳାଯିବ । ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍‌ ୟୁପି ଓ୍ଵାରିଅର୍ସ ଏବଂ ଗୁଜରାଟ ଜିଆଣ୍ଟସ ମଧ୍ୟରେ ହେବ ।

ମୁମ୍ବାଇର ବ୍ରେବୋନ ଷ୍ଟାଡିୟମରେ ଦିନ ୩ଟାରୁ ଖେଳ ଆରମ୍ଭ ହେବ । ଆଜି ଆରସିବି ଜର୍ସିରେ ସ୍ମୃତି ମନ୍ଧାନା ଖେଳିବେ । ଦିଲ୍ଲୀ କ୍ୟାପିଟାଲ୍ସର ଜେମିମା ରୋଡ୍ରିଂସ ଏବଂ ଶୋଫାଳୀ ବର୍ମାଙ୍କ ବିରୋଧରେ ଖେଳିବେ ସ୍ମୃତି । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ମେଗ ଲେନିଂ ରହିଥିବା ବେଳେ ଆରସିବିର ଅଧିନାୟକ ଭାବେ ସ୍ମୃତି ମନ୍ଧାନା ଖେଳିବେ ।

ଉଦ୍‌ଘାଟନୀ ମ୍ୟାଚରେ ମୁମ୍ବାଇ ଏବଂ ଗୁଜରାଟ ମଧ୍ୟରେ ଖେଳ ରହିଥିଲା । ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟକୁ ମାତ ଦେଇଥିଲା । ୧୪୩ ରନରେ ଜିତିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୦୮ ରନର ଟାର୍ଗେଟ ଦେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଯାହାକୁ ପିଛା କରି ଗୁଜରାଟ ମାତ୍ର ୬୪ ରନରେ ଅଲଆଉଟ୍‌ ହୋଇଥିଲା । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହରମନପ୍ରୀତ କୌର ଫ୍ଲେୟାର ଅଫ ଦ ମ୍ୟାଚ୍‌ ଭାବେ ବିବେଚିତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.