ପିଲାଙ୍କୁ ଫୋନ୍ କିମ୍ବା ଲାପଟପ୍ ଦେଉଥିଲେ ସଜାଗ ରୁହନ୍ତୁ ବାପା ମା’, ନାବାଳକ ସାଇବର ଠକକୁ ଗିରଫ କରିଛି ଉମରକୋଟ ପୋଲିସ୍

ବ୍ଯକ୍ତିଙ୍କ ବ୍ୟାଙ୍କ ଖାତାରୁ ଏକ ଲକ୍ଷରୁ ଅଧିକ ଟଙ୍କା ନେଇଗଲା ନାବାଳକ ସାଇବର ଠକ। ଗିରଫ କଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍।

ଉମରକୋଟ(କେନ୍ୟୁଜ୍): ଆଜିର ଦିନରେ ମୋବାଇଲ ବ୍ୟବହାର ଯୁବପିଢିଙ୍କୁ ପାଠପଢାରେ ଯେତିକି ସାହାଯ୍ୟ କରୁଛି ସେତିକି ଭୁଲ ବାଟରେ ବି ନେଉଛି । ମୋବାଇଲ୍ ବ୍ୟବହାର କରି ଯୁବପଢ଼ି ଏପରିକି ନାବାଳକ ମାନେ ମଧ୍ୟ ଅପରାଧ କରୁଛନ୍ତି । ଏଭଳି ଜଣେ ନାବାଳକ ମୋବାଇଲ୍ ବ୍ୟବହାର କରି ସାଇବର ଅପରାଧ କରିଥିବା ଘଟଣା ସାମ୍ନାକୁ ଆସିଛି। ଯାହାର ପର୍ଦାଫାଶ ହେବା ପରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ୍ ଜଣେ ନାବାଳକକୁ ଗିରଫ କରିଛି ।

ନାବାଳକ ଜଣକ ଗଞ୍ଜାମ ଜିଲ୍ଲା ବାଲି ପଦର୍ ଥାନା ଅଞ୍ଚଳର ହୋଇଥିବା ବେକେ ତାକୁ ଗଞ୍ଜାମରୁ ଗିରଫ କରିଛି ପୋଲିସ୍ । ନାବାଳକ ଠାରୁ ନଗଦ ୧ ଲକ୍ଷ ୫ ହଜାର, ଗୋଟିଏ ଲ୍ଯାପଟପ୍ , ୩ଟି ଏଟିଏମ୍ କାର୍ଡ, ୫ ଟି ଚେକ୍ ବୁକ୍, ୨ ଟି ବ୍ୟାଙ୍କ୍ ପାସ ବୁକ୍,କିଛି ବୈଦ୍ୟୁତକ ଉପକରଣ ଓ କ୍ରିପ୍ଟଟୋଗ୍ରାଫି ହାକିଂ ବୁକ୍ ଜବତ କରିଛି। ଖବର ମୁତାବକ, ଉମରକୋଟ ବ୍ଲକ ଅଧିନ ମୂର୍ତ୍ତୃମା ପଞ୍ଚାୟତର ସାନଖଡ଼କା ଗ୍ରାମର ଗୋକୁଲ ବିଶ୍ୱାସ ନାମକ ଜଣେ ବ୍ୟକ୍ତି ସାଇବର ଠକଙ୍କ ଶିକାର ହେଇଥିଲେ। ତାଙ୍କ ଠାରୁ ଠକ ମାନେ ଏକ ଲକ୍ଷ ପାଞ୍ଚ ହଜାର ବତିଶ ଟଙ୍କା ଠକିନେଇଥିବା ନେଇ ସେ ଉମରକୋଟ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ମିଳିଥିବ ସୂଚନା ଅନୁଯାୟୀ 8263963126 ମୋବାଇଲ୍ ନମ୍ବର ରୁ ଗୋକୁଲଙ୍କ ମୋବାଇଲକୁ କଲ ଆସିଥିଲା ଏବଂ ସେ ପେ ନିୟର ବାୟ ବ୍ୟାଙ୍କର ସେଲସ ମେନେଜର କହୁଛି ବୋଲି କହିଥିଲା । ଏବଂ ଗୋକୁଲଙ୍କ ମୋବାଇଲରେ ପେ ନିୟରବାୟ ବ୍ୟାଙ୍କ ଆପ ଡାଉନଲୋଡ଼ ହୋଇଛି ଏବଂ ସେ KYC ପଠେଇଥିବା କହିଥିଲା। ଏହାପରେ ଗୋକୁଲ ତାକୁ ଅନୁମୋଦନ କରନ୍ତୁ ବୋଲି କହିଥିଲା। ଏହାପରେ ଗୋକୁଲ ଉକ୍ତ ଠକ କଥାରେ ବିଶ୍ଵାସ କରି ଆପ୍ କୁ ଅନୁମୋଦନ କରିଦେଇଥିଲେ। ଫଳରେ ଅଳ୍ପ ସମୟ ମଧ୍ୟରେ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାରେ ଥିବା ସମସ୍ତ ଏକ ଲକ୍ଷ ପାଞ୍ଚ ହଜାର ବତିଶ ଟଙ୍କା ଠକ ଜଣକ ନେଇଯାଇଥିଲା ।

ଘଟଣାକୁ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ ଗୋକୁଳ ପେ ନିୟରବାୟ ବ୍ୟାଙ୍କକୁ ଫୋନ କରି ଜାଣିବାକୁ ପାଇଲେ ଉକ୍ତ ଟଙ୍କା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆକାଉଣ୍ଟ ନମ୍ୱର୍ 34247197398 ଯାହାର ଆଇ ଏଫ୍ ଏସ ଶି କୋଡ଼ ହେଲା SBIN00000O1। ଏହି ତଥ୍ଯ ପାଇ ଗୋକୁଳ ଉମରକୋଟ ଥାନାରେ ଏକ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଉମରକୋଟ ପୋଲିସ ଓ ସାଇବର ପୋଲିସର ସହାୟତା ରେ ନାବାଳକକୁ ଗିରଫ କରିବାରେ ସଫଳ ହୋଇଛି । ଏଥିରେ ଆଉ କିଏ ସଂପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ଉମରକୋଟ ଏସ୍ ଡି ପି ଓ।

ପାଠ ପଢା ବୟସରେ ଏଭଳି ଅପରାଧିକ ଚିନ୍ତାଧାରା ଆସିବା ଅତି ଦୁଃଖଦାୟକ। ସମାଜ ପାଇଁ ଏହା କ୍ଷତିକାରର ମଧ୍ଯ। ତେବେ ବାପା ମା ପିଲାଙ୍କୁ ମୋବାଇଲ୍ ଦେଉଛନ୍ତି ସତ ହେଲେ ମୋବାଇଲ୍ ରେ ତାଙ୍କ ପିଲା କଣ କରୁଛି କଣ ନାହିଁ ସେଥି ପ୍ରତି କଣ ଧ୍ଯାନ ଦେଉଛନ୍ତି? ଘଣ୍ଟା ଘଣ୍ଟା ଧରି ପିଲା ରୁମ୍ ବନ୍ଦ କରି ଫୋନ୍, ଲ୍ଯାପଟପ୍ ରେ ପାଠ ପଢୁଛି କି ଅନ୍ଯ କଣ କରୁଛି , କଣ ସେଥି ପ୍ରତି କେବେ ସଜାଗ ଅଛନ୍ତି? ଯଦି ନୁହେଁ ତେବେ ଏଥି ପ୍ରତି ସାବଧାନ୍ ହୋଇ ଯାଆନ୍ତୁ। ନହେଲେ ଆପଣଙ୍କ ପିଲା ହୁଏତ ଭୁଲ୍ ବାଟକୁ ଚାଲିଯାଇପାରେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.