ଇଂଲଣ୍ଡ ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରିର ଫେଲୋ ହେଲେ ଡ.ଅଚ୍ୟୁତ ସାମନ୍ତ
ଜଣେ ଓଡ଼ିଆ ଭାବେ ଡକ୍ଟର ଅଚ୍ୟୁତ ସାମନ୍ତ ବିଶ୍ୱର ୧୭୫ବର୍ଷର ଏହି ପୁରାତନ ଓ ସମ୍ମାନଜନକ ଅନୁଷ୍ଠାନର ଫେଲୋ ହେବାର ଗୌରବ ଅର୍ଜନ କରିଛନ୍ତି । ଗତକାଲି ଲଣ୍ଡନସ୍ଥିତ ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି ମୁଖ୍ୟାଳୟରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସୋସାଇଟିର ଫେଲୋ ଭାବେ ସମ୍ମାନିତ କରାଯାଇଥିଲା ।

କେନ୍ୟୁଜ୍(ବ୍ୟୁରୋ): ଇଂଲଣ୍ଡ ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରିର ଫେଲୋ ହେଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ଜଣେ ଓଡ଼ିଆ ଭାବେ ଡକ୍ଟର ଅଚ୍ୟୁତ ସାମନ୍ତ ବିଶ୍ୱର ୧୭୫ବର୍ଷର ଏହି ପୁରାତନ ଓ ସମ୍ମାନଜନକ ଅନୁଷ୍ଠାନର ଫେଲୋ ହେବାର ଗୌରବ ଅର୍ଜନ କରିଛନ୍ତି । ଗତକାଲି ଲଣ୍ଡନସ୍ଥିତ ରୟାଲ ସୋସାଇଟି ଅଫ୍ କେମିଷ୍ଟ୍ରି ମୁଖ୍ୟାଳୟରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସୋସାଇଟିର ଫେଲୋ ଭାବେ ସମ୍ମାନିତ କରାଯାଇଥିଲା । ଏହା ପୂର୍ବରୁ ଡକ୍ଟର ସାମନ୍ତ ୪ଟି ଫେଲୋ ପାଇଥିବା ବେଳେ ଏହା ହେଉଛି ତାଙ୍କର ୫ମ ଫେଲୋ।
ଏହି ଅବସରରେ ଡକ୍ଟର ଅଚ୍ୟୁତ ସାମନ୍ତ ଇଂଲଣ୍ଡର ହାଉସ୍ ଅଫ୍ କମନ୍ସରେ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ହାଉସ୍ ଅଫ୍ କମନ୍ସରେ ଡକ୍ଟର ସାମନ୍ତଙ୍କୁ ସାଂସଦ ବୀରେନ୍ଦ୍ର ଶର୍ମା ଓ ସ୍ୱାମୀ ସୂର୍ଯ୍ୟପ୍ରଭା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ । ଏହା ସହିତ ବ୍ରିଟିଶ ପାର୍ଲାମେଣ୍ଟର ଦ୍ୱିତୀୟ ଚାମ୍ବର କୁହାଯାଉଥିବା ହାଉସ୍ ଅଫ୍ ଲର୍ଡସରେ ଲର୍ଡ ଲୁମ୍ବା ସିବିଇଙ୍କ ଦ୍ୱାରା ଡକ୍ଟର ସାମନ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିପାଇଁ ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।