ଏହି ସବୁ ରାଜ୍ୟରେ ହେବ ଭାରି ବର୍ଷା, କିଛି ସ୍ଥାନରେ ଆଲର୍ଟ ଜାରୀ କଲା IMD

ଦେଶର କିଛି ସ୍ଥାନରେ ମଙ୍ଗଳବାର ଦିନ ଅର୍ଥାତ ଗତ କାଲି ଭାରି ବର୍ଷା ହୋଇଥିଲା। ଓଡ଼ିଶା ସମେତ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ଅନେକ ରାଜ୍ୟରେ ବର୍ଷା ପାଇଁ ଭାରି ସମସ୍ୟା ଦେଖାଯାଇଥିଲା। ତେବେ ଲୋକମାନଙ୍କୁ ଅସହ୍ୟ ତାତିରୁ ରକ୍ଷା ମିଳିଛି। ଏହାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ, ବୁଧବାର ବା ଆଜିଠୁ ଆରମ୍ଭ କରି ଆଗାମୀ କିଛି ଦିନ ପର୍ଯ୍ୟନ୍ତ କିଛି ରାଜ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନେଇ ଆଇଏମଡି ପକ୍ଷରୁ ଆଲର୍ଟ ଜାରୀ କରାଯାଇଛି।

ଉତ୍ତରପ୍ରଦେଶର ପୂର୍ବ ଓ ପଶ୍ଚିମ ଭାଗର କିଛି ସ୍ଥାନରେ ଭାରି ବର୍ଷା ହେବ। ଉତ୍ତର ପୂର୍ବ ଭାରତ, ମଧ୍ୟ ଭାରତ ଏବଂ ପଶ୍ଚିମ ତଟୀୟ କ୍ଷେତ୍ରରେ ଆସନ୍ତା ୪ରୁ ୫ ଦିନ ଧରି ପ୍ରବଳ ବର୍ଷା ହେବ। ଏହା ବ୍ୟତିତ ତାମିଲନାଡୁ, କେରଳ, ଗୁଜୁରାଟ ଓ ମହାରାଷ୍ଟ୍ରରେ ୨୭ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ହେବ।

rainn
pc: yahoo news india

୨୯ ଅଗଷ୍ଟରୁ ରାଜ୍ୟରେ ପୁ ନଃ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ କିଛି ସ୍ଥାନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ