ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିକୁ ଚକମା ଦେବାକୁ ଲକ୍ଷ୍ୟ, ଶରଦ ପାୱାରଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କେନ୍ୟୁଜ୍(ବ୍ୟୁରୋ):  ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଷ୍ଟ୍ରପତି ନିର୍ବାଚନରେ ବିଜେପିକୁ ଚକମା ଦେବାକୁ ଲକ୍ଷ୍ୟ ରଖିଥିବା ମମତା ଆସନ୍ତକାଲି ବିରୋଧୀ ଦଳର ବୈଠକ ଡାକିଛନ୍ତି । ଦିଲ୍ଲୀର ବୈଠକ ପୂର୍ବରୁ ଆଜି ମମତା ଓ ଶରଦ ଭେଟଘାଟ ହୋଇଛି । ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଜୋର ଧରିଛି ।

ଶରଦ ପାୱାରଙ୍କୁ ବିରୋଧୀ ମେଣ୍ଟ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଚାହୁଁଛନ୍ତି । ତେବେ ରାଷ୍ଟ୍ରପତି ରେସରେ ନଥିବା ଶରଦ ଗତକାଲି କହିଥିଲେ । ଶରଦ ପାୱାରଙ୍କ ବୟାନ ପରେ ଆଜି ମମତା ତାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏଥିସହ ଆସନ୍ତାକାଲି ଦିଲ୍ଲୀ ବୈଠକରେ ଯୋଗାଦେବାକୁ ଦିଦି ତାଙ୍କୁ ନିମନ୍ତ୍ରଣ କରିଛନ୍ତି । ପାୱାର କାଲିର ବୈଠକରେ ଯୋଗଦେବେ । ଆସନ୍ତା ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.